ଭୁବନେଶ୍ବର: ଗତ 24 ଘଣ୍ଟା ଭିତରେ କଳାହାଣ୍ଡିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇ ଥିବା ବେଳେ ଆସନ୍ତା 24ଘଣ୍ଟା ମଧ୍ୟରେ ରାଜ୍ୟର ନବରଙ୍ଗପୁର, କୋରାପୁଟ, ନୂଆପଡା, କଳାହାଣ୍ଡି ଜିଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ମାଲକାନଗିରି, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ମଧ୍ୟ ସୂଚନା ରହିଛି । ଆସନ୍ତା 3 ତାରିଖରେ ପଶ୍ଚିମ ଓଡିଶାରେ ବର୍ଷା ହେବା ସହ 4 ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ