ETV Bharat / city

ବିଧାନସଭାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ତାତି: ବିଜେପି-କଂଗ୍ରେସ ମୁହାଁମୁହିଁ

ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ନେଇ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା । ଅପରାହ୍ନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ଗୃହ ମୂଲତବୀ ପରେ ବାହାରେ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ।

author img

By

Published : Jul 16, 2019, 11:11 PM IST

ଫଟୋ ସୌଜନ୍ୟ ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା । ଶୂନ୍ୟକାଳରେ ଉଠିଥିଲା ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । ଫଳରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି ।

ବିଧାନସଭାରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଇନଜୀବୀ ପ୍ରତିନିଧିଙ୍କୁ ଭେଟିବା ପାଇଁ ସମୟ ଦିଅନ୍ତୁ । ଏଥିସହିତ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ଗଠନ ଉପରେ କମିଶନ ଯେଉଁ ରିପୋର୍ଟ ଦେଇଥିଲା ତାହା ବର୍ତ୍ତମାନ ସୁଦ୍ଧା କାହିଁକି ରିପୋର୍ଟକୁ ଗୃହରେ ଉପସ୍ଥାପନା କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ରିପୋର୍ଟ 6 ମାସ ମଧ୍ୟରେ ବିଧାସଭାରେ ଉପସ୍ଥାପନା ହେବା କଥା । କିନ୍ତୁ ଇତିମଧ୍ୟରେ 6 ବର୍ଷ ବିତିଯାଇଛି । ଉକ୍ତ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ଏଥିପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା ।

ଭିଡିଓ ସୌଜନ୍ୟ ସମ୍ବାଦଦାତା, ଭୁବନେଶ୍ବର

ସେପଟେ ଗୃହ ମୁଲତବୀ ପରେ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିଲେ । ବାରମ୍ବାରରେ ଗୃହରେ ହୋହାଲ୍ଲା କରି ଗୃହରେ ବିଜେପିକୁ କିଛି କହିବାର ସୁଯୋଗ ଦିଆଯାଉନାହିଁ ବୋଲି ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ଆଉ ଏମିତି କିଛି କରିବାକୁ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ବିରୋଧୀ ଦଳର ଉପନେତାଙ୍କ ଅଭିଯୋଗର ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେପି ଓ ବିଜେଡି ମଧ୍ୟରେ ବୁଝାମଣା ହୋଇଥିବା କଥା ସମସ୍ତେ ଜାଣିଛନ୍ତି । ଯଦି ନୁହେଁ ତେବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ସେମାନେ ଆମ ସହିତ କାହିଁକି ରହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆମର କାହା ସହିତ ବୁଝାମଣା ହୋଇନାହିଁ । ବୁଝାମଣା ହୋଇଛି ତ ବିଜେପି ଓ କଂଗ୍ରେସ ଭିତରେ । ଯଦ୍ବାରା ସେମାନେ ଗୃହ ଚଳାଇ ଦେଉନାହାନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କାହାର କାହା ସହିତ ସେଟିଂ ? ଶାସକ ଦଳ ସହିତ କାହାର ରହିଛି ବୁଝାମଣା ? ତାକୁ ନେଇ ଆଜି ଗୃହ ବାହାରେ ଚାଲିଥୁଲ ଆରୋପ ପ୍ରତିଆରୋପ। ଶୁନ୍ୟ କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଠାଇଥିଲେ ବଲାଙ୍ଗୀର ଆଇନଜୀବୀଙ୍କ ଧାରଣ ପ୍ରସଙ୍ଗ। ଏନେଇ ସେ ମୁଖ୍ୟମନ୍ତ୍ରୀ ଆଇନଜୀବୀ ପ୍ରତିନିଧି ଙ୍କୁ ଭେଟିବାକୁ ସମୟ ଦିଅନ୍ତୁ ଓ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଗଠନ ଉପରେ କମିଶନ ଦେଇଥିବା ରିପୋର୍ଟ କାହିଁକି ଗୃହରେ ଉପସ୍ଥାପାନ କରାଯାଉ ନାହିଁ। 6 ମାସ ଭିତରେ କରାଯିବା କଥା ହେଲେ 6 ବର୍ଷରେ ହେଲା ନାହିଁ ବୋଲି ସେ କହିଥିଲେ। ଯାହାକୁ ନେଇ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ବିଜେପି ଅଭିଯୋଗ କରିଛି, ସେମାନଙ୍କୁ କହିବାର ସୁଯୋଗ ଦେଉ ନାହାନ୍ତି କଂଗ୍ରେସ ବିଧାୟକ। ଲଗାତର ଭାବେ ଏଭଳି କରୁଛନ୍ତି। ଏପରି କରିବାକୁ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

Body:ଏହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେପି ଓ ବିଜେଡି ମଧ୍ୟରେ ବୁଝାମଣା ହୋଇଥିବା କଥା ସମସ୍ତେ ଜାଣିଛନ୍ତି। ଯଦି ନୁହେଁ ତେବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ସେମାନେ ଆମ ସହିତ କାହିଁକି ରହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମାଲିକ କହିଛନ୍ତି, ବିଜେପି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି। ଫଳରେ ଗୃହ ଚଳାଇ ଦେଉନାହାନ୍ତି। ଆମର କାହା ସହିତ ବୁଝାମଣା ହୋଇ ନାହିଁ ବୋଲି ପ୍ରମିଳା କହିଛନ୍ତି।

Conclusion:ବାଇଟ ଵିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା
ବାଇଟ ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
ବାଇଟ ପ୍ରମିଳା ମାଲିକ, ସରକାରୀ ଦଳ ମୁଖ୍ୟ ସଚେତକ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.