ଭୁବନେଶ୍ବର: ଜାତୀୟ ସ୍ତରୀୟ ସର୍ଭେରେ ନବୀନ ପଟ୍ଟନାୟକ ନମ୍ବର 1 ମୁଖ୍ୟମନ୍ତ୍ରୀ ହେବା ପରେ ବିଜେଡିରେ ଖୁସିର ମାହୋଲ । ଶୁକ୍ରବାର ଏହି ଘୋଷଣା ହେବା ପରେ ହଜାର ହଜାର ବିଜେଡି କର୍ମୀ ଓ ନେତା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ବିଜେଡି କାର୍ଯ୍ୟାଳୟରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ନମ୍ବର-1 ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମେ ଦେଖୁଛଉ ଓଡିଶା ସବୁଥିରେ ଫଛରେ । ରାଜ୍ୟରେ ଚାଷୀ ହତାଶ, ବେକାରୀ ବଢୁଛି, ନାରୀ ନିର୍ଯାତନା ବଢୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ କିପରି ନମ୍ବର ୱାନ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ସେହିପରି ଜାତୀୟ ସ୍ତରର ସଂସ୍ଥା କେଉଁ ଆଡୁ ସର୍ଭେ କଲା ଜାଣି ହେଉନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ନବୀନ ବାବୁଙ୍କ ସରକାର ଗତ 21 ବର୍ଷ ମଧ୍ୟରେ ଏକ ଲକ୍ଷ 35 ହଜାର କୋଟି ଟଙ୍କା ଋଣ କରିଥିବବେଳେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତରେ ରାଜ୍ୟ ଦ୍ଵିତୀୟ, ଶିଶୁ ହତ୍ୟା, ନିଖୋଜର ହିସାବ ନାହିଁ, ଚାଷୀ ମଲେଣି, ମଣ୍ଡିରେ ଅବ୍ୟବସ୍ଥା। ତେଣୁ କେଉଁ କାରଣରୁ ନବୀନ ନମ୍ବର ୱାନ ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁର । ଏପରିକି ଏହି ଏକ ନମ୍ବର ପଦ ଦେବା ପାଇଁ କେତେ ପଇସା ନେଲ କି ବୋଲି ପ୍ରଶ୍ନ କରିଛନ୍ତି ସୁର ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ