ETV Bharat / city

ସମ୍ଭାବ୍ୟ ମରୁଡି ମୁକାବିଲା; ମୁଖ୍ୟ କାର୍ଯ୍ୟାଳୟରେ ରହିବା ସହ କ୍ଷେତ୍ର ପରିଦର୍ଶନ କରିବେ ଅଧିକାରୀ

ରାଜ୍ୟରେ ଅନାବୃଷ୍ଟି ଜନିତ ମରୁଡି ସ୍ଥିତି ମୁଣ୍ଡ ଟେକିଛି । ଏହାର ମୁକାବିଲା ପାଇଁ ବିଭାଗୀୟ କ୍ଷେତ୍ର କର୍ମଚାରୀ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Sep 4, 2021, 7:42 AM IST

ସମ୍ଭାବ୍ୟ ମରୁଡି ମୁକାବିଲା; ମୁଖ୍ୟ କାର୍ଯ୍ୟାଳୟରେ ରହିବା ସହ କ୍ଷେତ୍ର ପରିଦର୍ଶନ କରିବେ ଅଧିକାରୀ
ସମ୍ଭାବ୍ୟ ମରୁଡି ମୁକାବିଲା; ମୁଖ୍ୟ କାର୍ଯ୍ୟାଳୟରେ ରହିବା ସହ କ୍ଷେତ୍ର ପରିଦର୍ଶନ କରିବେ ଅଧିକାରୀ

ଭୁବନେଶ୍ବର: ଅନାବୃଷ୍ଟି ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭାଗୀୟ କ୍ଷେତ୍ର କର୍ମଚାରୀ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଚାଷୀଙ୍କ ସହ ଆଲୋଚନା କରିବା ସହ ଫସଲ ଦେଖିବେ । ତତ୍କାଳ ପରିସ୍ଥିତି ସମ୍ପର୍କରେ ଉଚ୍ଚ ସ୍ତରକୁ ତଥ୍ୟ ପ୍ରଦାନ କରିବେ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଡ଼ଃ ଅରୁଣ ସାହୁ । ଏହାସହ ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ବୈଷୟିକ କମିଟି ଗଠନ କରାଯାଇଛି ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ବର୍ତ୍ତମାନର ଅନାବୃଷ୍ଟିଜନିତ ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ବିଭାଗୀୟ ଅଧିକାରୀ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏହା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ଚିତ୍ର ଅଧିକାରୀଙ୍କୁ ପ୍ରଦାନ କରିବେ । ପ୍ରସ୍ତୁତ ହୋଇଥିବା ଆପାଦକାଳୀନ ଯୋଜନାକୁ କିପରି ଭାବରେ ଅଧିକ କାର୍ଯ୍ୟୋପଯୋଗୀ କରାଯାଇପାରିବ ଏଥି ନିମନ୍ତେ ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ବୈଷୟିକ କମିଟି ଗଠନ କରାଯାଇଛି ।

ଉକ୍ତ କମିଟି ଏହାର ଉପଦେଶାବଳୀ ଆସନ୍ତା ୬ ତାରିଖ ସୁଦ୍ଧା ବିଭାଗୀୟ ସଚିବଙ୍କୁ ପ୍ରଦାନ କରିବେ । ରାଜ୍ୟସ୍ତରୀୟ ଅଧିକାରୀ ଅନାବୃଷ୍ଟି ଜନିତ ସମସ୍ତ ସୂଚନା ତତକ୍ଷଣାତ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍ ବ୍ୟତୀତ ଆସନ୍ତା ରବିବାର ଅପରାହ୍ନ ୩ ଟାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଏବଂ ୫ ଜଣ ବିଭାଗୀୟ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ କୃଷି, ଉଦ୍ୟାନ କୃଷି, ଜଳ ବିଭାଜିକା, ପଶୁ ସମ୍ପଦ ବିକାଶ ଓ ମତ୍ସ୍ୟ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କର ଏକ ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହେବ ।

କୃଷି ଭବନରରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଏହି ବୈଠକରେ ବିଭାଗୀୟ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ଼ଃ ମୁଥୁ କୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସହ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.