ETV Bharat / city

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଉଚ୍ଚସ୍ତରୀୟ ବୈଠକ ଆରମ୍ଭ

author img

By

Published : Mar 22, 2021, 1:37 PM IST

ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବାରୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସୋମବାର ଉଚ୍ଚସ୍ତରୀୟ ବୈଠକ ବସିଛି । ଅଧିକ ପଢନ୍ତୁ...

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଉଚ୍ଚସ୍ତରୀୟ ବୈଠକ ଆରମ୍ଭ
ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଉଚ୍ଚସ୍ତରୀୟ ବୈଠକ ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣରେ ବୃଦ୍ଧି ଘଟୁଛି । ତେବେ ଏହାକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ସୋମବାର ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ବସିଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି ।

ଗତ କିଛି ଦିନ ଧରି ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧିକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟର ଯେଉଁ ଜିଲ୍ଲାମାନଙ୍କରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ସେ ନେଇ କ'ଣ ସବୁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଉଛି । ଏହି ବୈଠକରେ ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ଡ଼ିଏମଇଟି ଓ କିଛି ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଚାଲିଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.