ETV Bharat / city

ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି କ୍ଷମତା ନେଇ ହାଇକୋର୍ଟଙ୍କ ରାୟ - ଓଡିଶା ହାଇକୋର୍ଟଙ୍କ ରାୟ

ରାଜ୍ୟରେ ରିଅଲ ଇଷ୍ଟେଟ ବିବାଦକୁ ନେଇ ନିର୍ଦ୍ଦେଶ ଦେବା ଓ ସେହି ନିର୍ଦ୍ଦେଶର କାର୍ଯ୍ୟକାରୀ କରାଇବା ପାଇଁ ଓରେରାର କ୍ଷମତା ରହିଛି ବୋଲି ଓଡିଶା ହାଇକୋର୍ଟ ମତ ପ୍ରକାଶ କରିଛନ୍ତି । ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି ବା ଓରେରା ନିର୍ଦ୍ଦେଶକୁ ରାଜ୍ୟରେ ବିଲଡରମାନେ ମାନୁ ନାହାନ୍ତି ବୋଲି ଅଭିଯୋଗ କରି ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଛି । ଅଧିକ ପଢନ୍ତୁ

Etv Bharatଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟିର କ୍ଷମତାକୁ ନେଇ ହାଇକୋର୍ଟଙ୍କ ରାୟ

author img

By

Published : Sep 15, 2022, 9:38 PM IST

କଟକ: ରାଜ୍ୟରେ ରିଅଲ ଇଷ୍ଟେଟ ବିବାଦକୁ ନେଇ ନିର୍ଦ୍ଦେଶ ଦେବା ଓ ସେହି ନିର୍ଦ୍ଦେଶର କାର୍ଯ୍ୟକାରୀ କରାଇବା ପାଇଁ ଓରେରାର କ୍ଷମତା ରହିଛି ବୋଲି ଓଡିଶା ହାଇକୋର୍ଟ ମତ ପ୍ରକାଶ କରିଛନ୍ତି। ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି ବା ଓରେରା ନିର୍ଦ୍ଦେଶକୁ ରାଜ୍ୟରେ ବିଲଡରମାନେ ମାନୁ ନାହାନ୍ତି ବୋଲି ଅଭିଯୋଗ କରି ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଏକ ମାମଲା ରୁଜ୍ଜୁ ହୋଇଛି । ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ଓଡ଼ିଶାରେ ଓରେରାର କୌଣସି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନାହିଁ।

୨୦୧୭ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି ଓଡିଶା ରିଅଲ ଇଷ୍ଟେଟ ରେଗୁଲେଟରୀ ଅଥରିଟି। ଏହି ଅଥରିଟି ଦେଇଥିବା ନିର୍ଦ୍ଦେଶ କିନ୍ତୁ ଅଦ୍ୟାବଧି କିଛି କାର୍ଯ୍ୟକାରୀ ହୋଇ ନାହିଁ। ଏହା ଫଳରେ ଏହି ମାମଲା ଗୁଡିକ ପୁନଶ୍ଚ ସିଭିଲ କୋର୍ଟକୁ ଯାଉଛି। ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର କରାଯାଇଛି ଏହି ମାମଲା।

ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ମାମଲାରେ ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଓ ଓରେରା ସଚିବ ଏହି ଜବାବ ଦାଖଲ କରିବାକୁ କୁହାଯାଇଛି। ନଭେମ୍ବର ୨୧ ରେ ମାମଲାର ପରବର୍ତ୍ତୀ ଶୁଣାଣି ଥିବା ବେଳେ ତା ପୂର୍ବରୁ ହାଇକୋର୍ଟରେ ଜବାବ ଦାଖଲ କରିବେ ସରକାର ଏବଂ ଓରେରା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ଏହି ମାମଲା ପରିଚାଳନା କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.