ETV Bharat / city

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିବାଦ: ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ - ହାଇକୋର୍ଟରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିବାଦ

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିବାଦ ମାମଲାରେ ସରକାରଙ୍କ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିବାଦ: ସରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

author img

By

Published : Jul 30, 2022, 9:16 AM IST

କଟକ: ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିବାଦ ମାମଲା । ଏହି ଘଟଣାରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ଦ୍ବାରା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ ପ୍ରସ୍ତୁତି ଓ ତତ୍କାଳ ତାହାର କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଏକାଡେମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟ ତଥା ଏକାଡେମୀ ପୁରସ୍କାର ନିୟମାବଳୀ ପରିବର୍ତ୍ତନ ଓ ସଂଶୋଧନ କମିଟିର ଅଧ୍ୟକ୍ଷ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀ ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ବିଧାନର ବିଭିନ୍ନ ଧାରାର ଉଲ୍ଲଙ୍ଘନ, ଭୁଲ୍‌ ତର୍ଜମା କରି ପ୍ରସ୍ତୁତ କରାଯାଇଥିବା ଓ ତାହାକୁ କାର୍ଯ୍ୟକାରୀ କରିବାକୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ଖାରଜ କରିବା ପାଇଁ ଡକ୍ଟର ଷଡ଼ଙ୍ଗୀ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡ଼ଙ୍ଗୀ ମାମଲା ପରିଚାଳନା କରୁଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ କୋ-ଅପରେଟିଭ୍‌ ସୋସାଇଟି ଆଇନ୍‌ରେ ପଞ୍ଜୀକୃତ ଏକ ସ୍ବୟଂ ଶାସିତ ସଂସ୍ଥା ଓ ଏହାର ସମସ୍ତ ପୁରସ୍କାର ପାଇଁ ନିୟମାବଳୀ ପ୍ରଣୟନ ଓ ସଂଶୋଧନ ପାଇଁ ଏହାର କର୍ତ୍ତୃପକ୍ଷ ଭାବେ କାର୍ଯ୍ୟକାରୀ ପରିଷଦ, ସାଧାରଣ ପରିଷଦ ଓ ଅର୍ଥ ସମିତି ପ୍ରାଧିକୃତ ଓ ଉତ୍ତରଦାୟୀ ।

୨୦୨୧ ଜାନୁଆରି ୨୭ରେ କାର୍ଯ୍ୟକାରୀ ପରିଷଦ ବୈଠକରେ ଏକାଡେମୀର ସମସ୍ତ ପୁରସ୍କାର ନିୟମାବଳୀର ପରିବର୍ତ୍ତନ ଓ ସଂଶୋଧନ ପାଇଁ ଏକ ସବ୍‌ କମିଟି ଗଠନ ନିଷ୍ପତ୍ତି ହୋଇଥିଲା । ‘ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ନିୟମାବଳୀ ’ଓ ‘ସାରସ୍ବତ ସାଧକ ସମ୍ବର୍ଦ୍ଧନା ନିୟମାବଳୀ’ରେ ପରିବର୍ତ୍ତନ କରାଯିବାକୁ ଏକ ପ୍ରସ୍ତାବ ଆବେଦନକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇଥିଲା ଓ ପରବର୍ତ୍ତୀ କାର୍ଯ୍ୟକାରୀ ପରିଷଦରେ ଉପସ୍ଥାପନ କରାଯାଇଥିଲା । ପରେ ଏହା ସରକାରଙ୍କ ଅନୁମୋଦନ ପାଇଁ ଏହା ପଠାଯାଇଥିଲା । ମାତ୍ର ରାଜ୍ୟ ସରକାର ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିୟମାବଳୀ’ର ପରିବର୍ତ୍ତନ ଓ ସଂଶୋଧନ କ୍ଷେତ୍ରରେ ବ୍ୟତିକ୍ରମ ଘଟାଇ ନିୟମାବଳୀ ପ୍ରସ୍ତୁତ କରିବା ସହିତ ତାହାର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.