ETV Bharat / city

ସରକାରୀ ହେବେ RTO ସ୍ମାର୍ଟ ଚିପ୍ ଅପରେଟର, ନିୟମିତ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Dec 21, 2021, 5:06 PM IST

RTOରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ସ୍ତରରେ ନିୟମିତ ହେବେ ସ୍ମାର୍ଟଚିପ୍ ଅପରେଟର । ଅଧିକ ପଢନ୍ତୁ

ସରକାରୀ ହେବେ RTO ସ୍ମାର୍ଟ ଚିପ ଅପରେଟର, ନିୟମିତ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: RTOରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଚୁକ୍ତିଭିତ୍ତିକ ନୁହେଁ ସରକାରୀ ସ୍ତରରେ ନିୟମିତ ହେବେ ସ୍ମାର୍ଟଚିପ୍ ଅପରେଟର । ଏନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ୨୦୧୯ରେ ଫାଇନ ଟ୍ରିବୁନାଲରେ ସ୍ମାର୍ଟଚିପ୍ କର୍ମଚାରୀ କରିଥିବା ଅଭିଯୋଗ ହାଇକୋର୍ଟକୁ ହସ୍ତାନ୍ତର ପରେ ଶୁଣାଣି କରି ରାୟ ଦେଇଛନ୍ତି କୋର୍ଟ ।

ରଶ୍ମିରେଖା ଦାସ ଲୋକାଲ ଫଣ୍ଡ ଅଡିଟ ରାୟକୁ ଆଧାର କରି ଏଭଳି ରାୟ ଦେଇଛନ୍ତି କୋର୍ଟ । ଏନେଇ ସମସ୍ତ ପ୍ରକାର‌ ସରକାରୀ ସୁବିଧା ସହ ବକେୟା ଦରମା ଓ ସରକାରୀ ସ୍ତରରେ ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଓଡି଼ଶାର‌ ସମସ୍ତ ଆରଟିଓ ଅଫିସରେ କାମ କରୁଥିବା ସ୍ମାର୍ଟ ଚିପ୍ ଅପରେଟରମାନେ ଏହାର ସୁବିଧା ସୁଯୋଗ ପାଇବେ । ଆରଟିଓ ଅଫିସରେ କାମ କରୁଥିବା ଏଲ ଓ ଡିଏଲ ଓ ସ୍ମାର୍ଟ ଚିପ୍ ସହ ଡାଟା ଏଣ୍ଟ୍ରି କରୁଥିବା ଏହି କର୍ମଚାରୀମାନେ ସରକାରୀ ନିୟମିତ ଚାକିରିର ସୁବିଧା ପାଇବେ ।

କାରଣ ୨୦୦୮ରୁ ସମସ୍ତ ଆରଟିଓ ଅଫିସରେ ୧୦ରୁ ୧୨ଘଣ୍ଟା ଖଟୁଥିଲେ । ଆରଟିଓର ୫୦ଭାଗ କାମ ଯାହାକି ଡିଜିଟାଲାଇଜେସନ ପ୍ରକ୍ରିୟା ଆରମ୍ଭ ପରଠାରୁ ଏହିସବୁ କର୍ମଚାରୀ ଏସବୁ କାର୍ଯ୍ୟ ସୂଚାରୁ ରୁପେ ତୁଲାଉଥିଲେ । ତେବେ ଦିନକୁ ଦିନ ପରିବହନ ବିଭାଗରେ ନୂଆ ନୂଆ ପଦକ୍ଷେପ ନିଆଯାଉଥିବା ବେଳେ ଆରଟିଓ କାର୍ଯାଳୟର ଅଧାରୁ ଅଧିକ କାମ ଏମାନଙ୍କ ଉପରେ ନିର୍ଭର କରେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସେମାନଙ୍କ ପାଇଁ ଖୁସିର ମାହୋଲ ସୃଷ୍ଟି ହୋଇଛି ‌।

୨୦୧୩ ମସିହା ସେପ୍ଟେମ୍ବର ୧୭ ତାରିଖରେ ଏ ନେଇ ସ୍ମାର୍ଟ ଚିପ୍ ଅପରେଟର ସଙ୍ଘ ମଦନ ମୋହନ ଦାସ, ବୀରେନ୍ଦ୍ର କୁମାର ବେହେରା, ଦୂର୍ଗା ବଲ୍ଲଭ ମିଶ୍ର ପ୍ରମୁଖ ଫାଇନ ଟ୍ରିବୁନାଲରେ ସରକାରୀ ନିୟମିତ ପାଇଁ ପିଟିସନ ଫାଇଲ କରିଥିଲେ । ଗତ ୨୦୨୧ ଡିସେମ୍ବର ୭ ତାରିଖରେ ହାଇକୋର୍ଟ ଏନେଇ ଶୁଣାଣି କରିଥିଲେ । ପରେ ଆଜି ଏନେଇ ରାୟ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.