ETV Bharat / city

HFM Disease: ହାତ, ପାଦ ଏବଂ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ ନୁହେଁ

author img

By

Published : May 25, 2022, 4:56 PM IST

ରାଜ୍ୟରେ ଟମାଟୋ ଫ୍ଲୁ ଆତଙ୍କ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବର୍ତ୍ତମାନ ସୁଦ୍ଧାସ ଟମାଟୋ ଫ୍ଲୁ ଲକ୍ଷଣ ଚିହ୍ନଟ ହୋଇନାହିଁ । ହାତ, ପାଦ ଏବଂ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ ନୁହେଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢନ୍ତୁ

ହାତ, ପାଦ ଏବଂ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଟମାଟୋ ଫ୍ଲୁ (Tomato Flu)କୁ ନେଇ ରାଜ୍ୟ ତଥା ଦେଶରେ ଆତଙ୍କ ସୃଷ୍ଟି ହୋଇ ଥିବାବେଳେ ଆଶ୍ବସ୍ତିକର ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । Hand, Foot, and Mouth Disease(HFMD) ଅର୍ଥାତ୍ ହାତ, ପାଦ ଏବଂ ପାଟିରେ ଦେଖା ଯାଉଥିବା ରୋଗ ଟମାଟୋ ଫ୍ଲୁ ନୁହେଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେ କହିଛନ୍ତି ଯେ...
1- ଏଥିରେ ଭୟଭୀତ କି ଆତଙ୍କିତ ହେବାର ନାହିଁ ।
2- ଟମାଟୋ ଫ୍ଲୁ ନେଇ ICMR କିମ୍ବା NCDC କୌଣସି ଗାଇଡଲାଇନ ଜାରି କରିନାହିଁ ।
3- HFMD ନେଇ ସର୍ଭେଲାନ୍ସକୁ ଜୋରଦାର କରିବା ପାଇଁ ସବୁ ଜିଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।
4- କିଛି ରାଜ୍ୟରେ ଫ୍ଲୁ ରୂପ ବଦଳାଇ ଆସୁଥିବାରୁ ଆମକୁ ସତର୍କ ରହିବା ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସାମ୍ପୁଲ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି ।
5- HFMD ପାଇଁ ସ୍ୱତନ୍ତ୍ର ଟୀକା କି ଔଷଧ ଦରକାର ନାହିଁ । କେବଳ ଲକ୍ଷଣ ଅନୁସାରେ ମେଡ଼ିସିନ ସହିତ ଆଇସୋଲେସନ(ସଙ୍ଗରୋଧ)ରେ ରହିବା ଆବଶ୍ୟକ ।

HFMD କୁ ନିୟନ୍ତ୍ରଣକୁ ଆଣିବ ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି । ଲୋକଙ୍କୁ ସଚେତନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ସିଡିଏମଓଙ୍କୁ ମଧ୍ୟ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ସମସ୍ତ ହସ୍ପିଟାଲର ଶିଶୁ ବିଭାଗ ବା ଆଉଟଡୋରରେ ଯଦି ଏହି ଲକ୍ଷଣଜନିତ ରୋଗୀ ଆସୁଛନ୍ତି ସେମାନଙ୍କୁ ଟେଷ୍ଟ କରାଯାଇଛି ସେମାନଙ୍କର କ'ଣ ଲକ୍ଷଣ ରହୁଛି ତାହା ଅଲଗା କିଛି ରୋଗ କି ନୁହେଁ ତାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏହି ରୋଗରେ ଆତଙ୍କିତ ହେବାର ନାହିଁ । କୌଣସି ନିର୍ଦ୍ଦିଷ୍ଟ ମେଡ଼ିସିନ କି ଟୀକା ନାହିଁ, ଯେଉଁ ଲକ୍ଷଣ ଆସୁଛି ସେହି ଲକ୍ଷଣ ଅନୁସାରେ ଆମେ ଚିକିତ୍ସା କରୁଛୁ । ରୋଗର ଲକ୍ଷଣ ଦେଖାଗଲେ ରୋଗୀକୁ ଆଇସୋଲେସନରେ ରଖିବା ସହ ଲକ୍ଷଣ ଅନୁସାରେ ଚିକତ୍ସା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.