ଭୁବନେଶ୍ବର: ‘ସ୍ବଚ୍ଛ ସମ୍ମାନ’ କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଜୟ ଓଡିଶା’ ଆରମ୍ଭ କରିଛି ଏକ ନୂଆ ଅଭିଯାନ। ଦୀର୍ଘ ବର୍ଷେ ଧରି ଜୟ ଓଡିଶାର ସଦସ୍ୟମାନେ ମିଶି ଭୁବନେଶ୍ବରର 16ଟି ପ୍ରତିମୂର୍ତ୍ତିକୁ ପ୍ରତି ସପ୍ତାହରେ ସଫା କରି ପୁଷ୍ପ ଅର୍ପଣ କରୁଥିବା ବେଳେ ଏହାକୁ ଭୁନେଶ୍ବର ବ୍ୟାପି କରିବା ପାଇଁ ସଙ୍ଗଠନ ଆରମ୍ଭ କରିଛି ପ୍ରୟାସ ।
ଏଥିପାଇଁ ଜୟ ଓଡିଶାର ସଭ୍ୟମାନେ ମିଶି ସହରରେ ଥିବା ସର୍ବମୋଟ 73ଟି ମହାପୁରୁଷଙ୍କ ମୂର୍ତ୍ତି ଠାବ କରିଛନ୍ତି । ସେସବୁର ନିୟମିତ ସ୍ବଚ୍ଛତାର ଧ୍ୟାନ ରଖିବା ପାଇଁ ଭୁବନେଶ୍ବରରୁ 30 ଜଣ ‘ସ୍ବଚ୍ଛ ସମ୍ମାନ ପ୍ରତିନିଧି’ ଚୟନ କରାଯାଇଛି । ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଏବଂ ଜୟ ଓଡିଶାର ବରିଷ୍ଠ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଯୋଗ ଦେଇ ସମସ୍ତ ସଭ୍ୟଙ୍କୁ ଉତ୍ସାହିତ କରିଥିଲେ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ