ଭୁବନେଶ୍ବର: ଜୀବନର ଅପରାହ୍ନରେ ଦୀର୍ଘ 9 ବର୍ଷ ଧରି ନ୍ୟାୟ ମାଗିବୁଲୁଛି ବୁଢ଼ୀ ମାଆ । ସମ୍ପତ୍ତି ପାଇଁ ନିଜ ଘରୁ ବାହାର କରିଦେଇଛନ୍ତି ପୁତୁରାମାନେ । ଅନେକ ଥାନା ବୁଲି ବୁଲି ଶେଷରେ ମହିଳା କମିଶନରଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ଏହି ଅସହାୟ ବୃଦ୍ଧା ।
ନୟାଗଡ ଜିଲ୍ଲାର ମରଝୁଲିଆ ଗାଁ ଅଞ୍ଚଳର କୁମୁଦୁନି ସାହୁ । ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଦୁଃଖର ଲହଡି ମାଡି ଆସିଛି କୁମୁଦୁନିଙ୍କ ଜୀବନରେ । ଦୀର୍ଘ 9 ବର୍ଷ ଧରି ନିଜ ପୁତୁରାମାନେ ସମ୍ପତ୍ତି ଲୋଭରେ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି କୁମୁଦିନି । 9 ବର୍ଷ କାଳ ଏଣେତେଣେ ବୁଲି ଜୀବନ ଅତିବାହିତ କରୁଥିବାବେଳେ ନୟାଗଡ ଥାନାରେ ଏନେଇ କରିଥିଲେ ଅଭିଯୋଗ । ହେଲେ ଥାନାକୁ ଦଉଡି ଦଉଡି କୌଣସି ନ୍ୟାୟ ମିଳିଲା ନାହିଁ । ଏଣୁ ବାଧ୍ୟ ହୋଇ ଶେଷରେ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି କୁମୁଦୁନି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ