ଭୁବନେଶ୍ବର: ବିଧାନସଭା ପରିସରରେ ଖୋଲିବ ସହାୟତା କେନ୍ଦ୍ର । ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ସହାୟତା ପାଇଁ ନିଆଯାଇଛି ଏହି ପଦକ୍ଷେପ ।
ବୁଧବାର ଠାରୁ ସମସ୍ତ ବିଧାୟକ ନିଜନିଜ ନିର୍ବାଚନ ମଣ୍ଡଳୀର ପ୍ରବାସୀ ଶ୍ରମିକଙ୍କ ତଥ୍ୟ ପ୍ରଦାନ କରିବେ । ସେହି ତଥ୍ୟକୁ ଲୋକସଭା ବାଚସ୍ପତି ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବାଟ ଫିଟାଯିବ ।
ଏହାସହ ଯେଉଁ ବିଧାନସଭା କର୍ମଚାରୀମାନେ ପାନ, ସିଗାରେଟ, ମଦ, ଗୁଟଖା ଖାଇ ଧରାପଡିଲେ ସେମାନେ ଚାକିରି ହରାଇବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ