ETV Bharat / city

Russia Ukraine War: ଦିଲ୍ଲୀ ଏୟାରପୋର୍ଟରେ ଓଡ଼ିଶା ହେଲ୍ପ ଡେସ୍କ, ମିଳିବ ସହାୟତା

author img

By

Published : Mar 2, 2022, 8:57 PM IST

ୟୁକ୍ରେନରେ ଫସି ରହିଥିବା ପ୍ରବାସୀ ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଗଠନ । ଦିଲ୍ଲୀ ଏୟାରପୋର୍ଟରେ ଓଡିଆଙ୍କୁ ସହାୟତା ଲାଗି ହେଲ୍ପ ଡେସ୍କ କରାଯାଇଛି । ଅଧିକ ପଢନ୍ତୁ

Russia Ukraine War: ଦିଲ୍ଲୀ ଏୟାରପୋର୍ଟରେ ଓଡିଆଙ୍କ ପାଇଁ ଖୋଲିଲା ହେଲ୍ପ ଡେସ୍କ

ଭୁବନେଶ୍ବର: ୟୁକ୍ରେନରେ ଫସି ରହିଥିବା ପ୍ରବାସୀ ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଗଠନ । ଦିଲ୍ଲୀ ଏୟାରପୋର୍ଟରେ ଓଡିଆଙ୍କ ସହାୟତା ପାଇଁ ହେଲ୍ପ ଡେସ୍କ କରାଯାଇଛି । ଏଥିସହ ଏକ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲା ଯାଇଛି ।

ତେବେ ଏନେଇ ଏସଆରସିଙ୍କ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି । ଏଥିସହ ଯୋଗାଯୋଗ ପାଇଁ ମଧ୍ୟ ନମ୍ବର ଜାରି କାରଯାଇଛି । ସେହିପରି ଯୁଗ୍ମ ରିଲିଫ୍‌ କମିଶନର ପଦ୍ମନାଭ ବେହେରାଙ୍କୁ ଏହାର ସଂଯୋଜକ ଭାବରେ ଦାୟିତ୍ବ ଦିଆଯାଇଛି ।

ଅନ୍ୟପଟେ ଓଡିଆଙ୍କ ପାଇଁ ଜାରି ହୋଇଥିବା ନମ୍ବର ହେଉଛି, ୦୬୭୪-୨୫୩୪୧୭୭, ୭୬୮୨୯୮୨୬୬୮, ୯୪୩୭୮୮୧୨୪୫। ସେହିପରି ଏସଆରସି ଅଫିସ ନମ୍ବର ସହ ଇମେଲ ଆଇଡି ମଧ୍ୟ ଜାରି ହୋଇଛି । ତେବେ ଏହି ଜରୁରୀକାଳୀନ ସେବା ସକାଳ ୧୦ଟାରୁ ସଂଧ୍ୟା ୦୭ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜାରି ରହିବ ବୋଲି ଏସଆରସିଙ୍କ ପକ୍ଷରୁ କୁହାଯାଇଛି ।

ଅପରପକ୍ଷେ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଓଡିଆଙ୍କ ଉଦ୍ଧାର ଲାଗି କଥା ହୋଇଥିଲେ । ସେହିପରି ଓଡିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.