ETV Bharat / city

କୋଭିଡ ହସ୍ପିଟାଲରେ ହେଲ୍ପଡେସ୍କ ବାଧ୍ୟତାମୂଳକ - କୋଭିଡ ହସ୍ପିଟାଲ

ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲରେ ହେଲ୍ପଡେସ୍କକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲରେ ହେଲ୍ପଡେସ୍କ ବାଧ୍ୟତାମୂଳକ
କୋଭିଡ ହସ୍ପିଟାଲରେ ହେଲ୍ପଡେସ୍କ ବାଧ୍ୟତାମୂଳକ
author img

By

Published : Apr 24, 2021, 8:46 AM IST

ଭୁବନେଶ୍ବର: ରାଜ୍ୟରେ ଥିବା ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେଲ୍ପ ଡେସ୍କ କରାଯାଇଥିଲେ ମଧ୍ୟ ତାହାକୁ ସଠିକ ଭାବେ କାର୍ଯ୍ୟକାରୀ ହୋଇନଥିଲା । ତେବେ ତାହାକୁ ତୁରନ୍ତ ଖୋଲିବାକୁ ସରକାର ମେଡିକାଲ କଲେଜର ଅଧ୍ୟକ୍ଷ ଓ ସିଡ଼ିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ ହସ୍ପିଟାଲରେ ହେଲ୍ପଡେସ୍କ ବାଧ୍ୟତାମୂଳକ
କୋଭିଡ ହସ୍ପିଟାଲରେ ହେଲ୍ପଡେସ୍କ ବାଧ୍ୟତାମୂଳକ

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ । ମହାମାରୀର ଦ୍ବିତୀୟ ଲହର ପୂର୍ବବର୍ଷର ରେକର୍ଡ ଭାଙ୍ଗିବାରେ ଲାଗିଛି । ତେବେ ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ରାଜ୍ୟରେ ଥିବା କୋଭିଡ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହସ୍ପିଟାଲରେ ଏକ କନଫରେନ୍ସ ଗୃହ ପ୍ରତିଷ୍ଠା କରିବା ସହିତ ସେଠାରେ ଟିଭି ଓ କ୍ୟାମେରା ବ୍ୟବସ୍ଥା କରାଯିବ।

ଏହି ସବୁ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟକାରୀ ହେଲେ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କ ସହିତ କଥାବାର୍ତ୍ତା କରିପାରିବେ । ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ଆଡମିଟ୍ କରିବା ସମୟରେ ତାଙ୍କର ଯୋଗାଯୋଗ ନମ୍ବର ଦିଆଯିବ । ଯାହାଫଳରେ ରୋଗୀଙ୍କ ପରିବାର ଲୋକଙ୍କୁ ଏସ୍ଏମ୍ଏସ୍ ଓ ହ୍ବାଟସଆପ ଜରିଆରେ ପ୍ରତ୍ୟେକ ଦିନ ମେସେଜ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.