ETV Bharat / city

ମାସ ଶେଷ ସୁଦ୍ଧା ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରବଳ ଶୀତ - ଲାଟେଷ୍ଟ ପାଣିପାଗ ଖବର

ଦୁର୍ବଳ ହେବାରେ ଲାଗିଛି ବିହାରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗକୁ ପଢନ୍ତୁ...

heavy winter in odisha, weather forecast, latest weather news update, ପାଣିପାଗ ଖବର, ଲାଟେଷ୍ଟ ପାଣିପାଗ ଖବର, ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରବଳ ଶୀତ
ମାସ ଶେଷ ସୁଦ୍ଧା ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରବଳ ଶୀତ
author img

By

Published : Dec 17, 2019, 4:27 AM IST

ଭୁବନେଶ୍ବର: ଦୁର୍ବଳ ହେବାରେ ଲାଗିଛି ବିହାରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ଡିସେମ୍ବର ମାସ ଶେଷ ସପ୍ତାହରେ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ମାସ ଶେଷ ସୁଦ୍ଧା ରାଜ୍ୟରେ ଅନୁଭୂତ ହୋଇପାରେ ପ୍ରବଳ ଶୀତ

ସୂଚନା ଅନୁଯାୟୀ ଆସନ୍ତା 2ରୁ 3 ଦିନ ଭିତରେ ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଫଳରେ ରାତି ସମୟରେ 2 ରୁ 4 ଡିଗ୍ରୀ ତାପମାତ୍ରା ତଳକୁ ଖସିବ। ସୁନ୍ଦରଗଡ, କେନ୍ଦୁଝର, ଦେଓଗଡ, ଝାରସୁଗୁଡା ଓ ସମ୍ବଲପୁରରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶାରେ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରାଯାଇଛି।

ରବିବାର ଦାରିଙ୍ଗବାଡିରେ ତାପମାତ୍ରା 10 ଡିଗ୍ରୀ, ଫୁଲବାଣୀରେ 11.3 ଏବଂ ଭୁବନେଶ୍ବରରେ 18.9 ଡିଗ୍ରୀ ତାପମାତ୍ରା ରହିଥିଲା । ତେବେ ଚଳିତ ମାସ ଶେଷ ସପ୍ତାହରୁ ଜାନୁଆରୀ ମାସର ପ୍ରଥମ ସପ୍ତାହରେ ପାରଦ ତଳକୁ ଖସି ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର. ବିଶ୍ବାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

SUJATA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.