ଭୁବନେଶ୍ବର: ଏଣିକି ଆଉ ତ୍ରାହି ନାହିଁ । ନିୟମ ଭାଙ୍ଗିଛନ୍ତି ତ, ତଣ୍ଡ ଗଣିବାକୁ ପଡିବ । ତା ପୁଣି ଥାନା କିମ୍ବା କୋର୍ଟରେ । ସେଠାରୁ ଗାଡି ଆଣି ଘରକୁ ଯିବେ । ଆଜି ଏଭଳି ଢଙ୍ଗରେ ଭୁବନେଶ୍ବରରେ ଜୋରଦାର ଚେକିଂ କରୁଛି ଟ୍ରାଫିକ ପୋଲିସ ।
ରାଜଧାନୀରେ ବିଭିନ୍ନ ଟ୍ରାଫିକ ଓ ଛକ ଉପରେ ଦେଖିବାକୁ ମିଳିଛି ଏଭଳି ଚେକିଂ । ନିୟମ ଭାଙ୍ଗୁଥିବା ଗାଡିକୁ ଗୋଡାଇ ଗୋଡାଇ ଧରୁଛନ୍ତି ଟ୍ରାଫିକ୍ କର୍ମଚାରୀ । ରଙ୍ଗ୍ସାଇଡ୍ ଏଣ୍ଟ୍ରିକୁ ନିସ୍ତାର ନାହିଁ, ସିଧାସଳଖ ଗାଡି ସିଜ୍ । କୋର୍ଟରୁ କାଟିବେ ଗାଡିର ଫାଇନ ।
ସେପଟେ ନିୟମ ଭାଙ୍ଗିଲେ ଆଉ ଡକ୍ୟୁମେଣ୍ଟ ନ ଥିବାର ବାହାନା ନଶୁଣି ସିଧାସଳଖ ଗାଡି ନେଇ ଥାନାରେ ପହଞ୍ଚୁଛନ୍ତି ଟ୍ରାଫିକ୍ କର୍ମଚାରୀ । ଯାହାକୁ ନେଇ କେତେକ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ