ETV Bharat / city

Cyclone Jawad Update: ଉତ୍ତର-ଉତ୍ତର ପୂର୍ବ ମୁହାଁ ଜୱାଦ, ଉପକୂଳରେ ପ୍ରବଳ ବର୍ଷିବ - ବାତ୍ୟା ଜୱାଦ ଅପଡେଟ

ଉତ୍ତର-ଉତ୍ତର ପୂର୍ବ ଦିଗମୁହାଁ ହୋଇଛି ବାତ୍ୟା ଜୱାଦ (Cyclone Jawad) । ଶନିବାର ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଆଜି ତାହା ଅବପାତର ରୂପ ନେବ । ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ଅଧିକ ପଢନ୍ତୁ

ଉତ୍ତର-ଉତ୍ତର ପୂର୍ବ ମୁହାଁ ଜୱାଦ, ଉପକୂଳରେ ପ୍ରବଳ ବର୍ଷିବ

author img

By

Published : Dec 5, 2021, 9:13 AM IST

Updated : Dec 5, 2021, 11:38 AM IST

ଭୁବନେଶ୍ବର: ଉତ୍ତର-ଉତ୍ତର ପୂର୍ବ ଦିଗମୁହାଁ ହୋଇଛି ବାତ୍ୟା ଜୱାଦ (Cyclone Jawad) । ଶନିବାର ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଆଜି ତାହା ଅବପାତର ରୂପ ନେବ । ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବ । ପବନର ବେଗ ସର୍ବାଧିକ ୬୦ କିମି ଯାଏ ପହଞ୍ଚିବ । ବାତ୍ୟା ବିପଦ ଟଳିଥିଲେ ମଧ୍ୟ ବର୍ଷା ବିପଦ ଟଳିନି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ଉତ୍ତର-ଉତ୍ତର ପୂର୍ବ ମୁହାଁ ଜୱାଦ

ଅବପାତରେ ପରିଣତ ହେବା ପରେ ଆଜି ମଧ୍ୟାହ୍ନରେ ପୁରୀରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପୁରୀଠାରୁ ୨୭୦କିମି ଦୂରରେ ରହିଛି ଜୱାଦ । ବାତ୍ୟା କ୍ରମଶଃ ଦୁର୍ବଳ ହୋଇଛି । ବର୍ତ୍ତମାନ ଗଭୀର ଅବପାତ ଭାବରେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି 11 କିଲୋମିଟର ବେଗରେ ଗତି କରୁଛି ଜୱାଦ | ବିଶାଖପାଟନମ ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ 180 କିଲୋମିଟର ଦୂରରେ ରହିଛି | ଗୋପାଳପୁର ଠାରୁ ଦକ୍ଷିଣ ଦିଗରେ 200 କିଲୋମିଟର ଏବଂ ପୁରୀ ଠାରୁ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ 270 କିଲୋମିଟର ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ 270 କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଗଭୀର ଅବପାତରେ ରହିଛି । ଆଉ କିଛି ସମୟ ମଧ୍ୟରେ ଡିପ୍ରେସନରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି ।

ଅପରାହ୍ନ ସୁଦ୍ଧା ଏକ ଉଏଲ ମାର୍କଡ଼ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମ ବଙ୍ଗ ଆଡକୁ ଗତି କରିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଗତ ୨୩ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ବର୍ଷା ରେକର୍ଡ ଅନୁଯାୟୀ ଗୋପାଳପୁର - 60 ମିମି, ପାରାଦ୍ୱୀପ - 46 ମିମି, ଚାନ୍ଦବାଲି - 28 ମିମି,ଭୁବନେଶ୍ୱର - 24 ମିମି, ପୁରୀ -21 ମିମି ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଏବଂ କଟକରେ ଆସନ୍ତା ୨୪ ଘଣ୍ଟା ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ମଝିରେ ମଝିରେ ପ୍ରବଳ ବର୍ଷା ହେବ । 30 ରୁ 40 କିଲୋମିଟର ପର୍ଯ୍ୟନ୍ତ ଗଷ୍ଟିଙ୍ଗ ସ୍ପିଡ଼ ରହିବ । ଘରୁ ବାହାରକୁ ଯିବା ପାଇଁ ବାରଣ କରଯାଉଛି | ଆଗାମୀ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ କଟକରେ 7 ରୁ 11 ସେଣ୍ଟିମିଟର ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 5, 2021, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.