ଭୁବନେଶ୍ବର: ଶ୍ରାବଣ ମାସରେ ବି ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଲୋକେ । ହେଲେ ଶିଘ୍ର ଆସୁଛି ଲଘୁଚାପ ଜନିତ ବର୍ଷା । କାଲି(ଗୁରବାର)ଠାରୁ ରାଜ୍ୟରେ ତିନି ଦିନ ଧରି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ବରଗଡ଼ର ପଦ୍ମପୁର ଗତ 24 ଘଣ୍ଟା ଭିତରେ ସର୍ବାଧିକ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ଠିକ ସେହିଭଳି କାଣ୍ଡମାଳର ନୂଆଗାଁରେ 48.2, ବଲାଙ୍ଗୀରର ବେଲପଡାରେ 40.8, ରାୟଗଡାରେ 34.0 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏବେବି ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ରାଜ୍ୟରେ ସ୍ବାଭାବିକ ଠାରୁ 32 ପ୍ରତିଶତ କମ ବର୍ଷା ହୋଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ