ETV Bharat / city

24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଅରେଞ୍ଜ ସହ ୟେଲୋ ୱାର୍ଣ୍ଣିଂ ଜାରି - ବଙ୍ଗୋପସାଗର

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲ ମାର୍କ ପ୍ରେସରରେ ପରିଣତ ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା "ୟୁଏଲ ମାର୍କଡ଼ ଲୋ" ଏବେ ଉତ୍ତର-ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ ରହିଛି । ଅଧିକ ଖବର ପଢନ୍ତୁ...

ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ସହ ୟେଲୋ ୱାର୍ଣ୍ଣିଂ ଜାରି

author img

By

Published : Aug 5, 2020, 7:12 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲ ମାର୍କ ପ୍ରେସରରେ ପରିଣତ ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା "ୟୁଏଲ ମାର୍କଡ଼ ଲୋ" ଏବେ ଉତ୍ତର-ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ ରହିଛି । ଏହି ଲଘୁଚାପ ସହ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର ୭.୬ କିମି ଉପର ଯାଏଁ ବ୍ୟାପିଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ସହ ୟେଲୋ ୱାର୍ଣ୍ଣିଂ ଜାରି
ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ସହ ୟେଲୋ ୱାର୍ଣ୍ଣିଂ ଜାରି

ଗତ 24 ଘଣ୍ଟାରେ ଓଡ଼ିଶାରେ ରେକର୍ଡ ହୋଇଥିବା ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ବଲପୁର ଜିଲ୍ଲାରେ ଯୁଜୁମୁରା ଠାରେ ୨୮୫.୦୦ ମିମି ରେକର୍ଡ ହୋଇଥିବା ବେଳେ ଉତ୍ତର ଓଡ଼ିଶାର ପ୍ରାୟ ଜିଲ୍ଲାରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ବୌଦ୍ଧ ଜିଲ୍ଲା ଖରିମଳ ଠାରେ ୧୭୬.୬ ମିମି, ସୋନପୁର ଠାରେ ୧୭୦.୦ ମିମି, ପୁରୀ ଜିଲ୍ଲାରେ କାକଟପୁର ଠାରେ ୧୫୨.୨ ମିମି, ଗୋପ ଠାରେ ୧୫୧.୦ ମିମି ଏବଂ କଟକ ଜିଲ୍ଲା କଣ୍ଟାପଡା ଠାରେ ୧୬୫.୦ ମିମି, ରେକର୍ଡ କରାଯାଇଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ସହ ୟେଲୋ ୱାର୍ଣ୍ଣିଂ ଜାରିପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ସହ ୟେଲୋ ୱାର୍ଣ୍ଣିଂ ଜାରି

ଗତ ୨୪ ଘଣ୍ଟାରେ ନୟାଗଡ ଏବଂ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୦ ଡିଗ୍ରୀ ରେକର୍ଡ କରାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା " ୟୁଏଲ ମାର୍କଡ଼ ଲୋ " ଏବେ ଉତ୍ତର-ପଶ୍ଚିମ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ ରହିଛି ଏବଂ ଏହି ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର ୭.୬ କିମି ଉପର ଯାଇଁ ବ୍ୟାପିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୋଳ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ତା ସହିତ କଳାହାଣ୍ଡି, ନବରଙ୍ଗପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ଏବଂ ବାଲେଶ୍ବର ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

6 ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ କିଛି-କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ଏବଂ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 7 ତାରିଖରେ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନାହିଁ। 8 ତାରିଖରେ ଓଡ଼ିଶାରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, କଳାହାଣ୍ଡି, ଜଗତସିଂହପୁର,ଏବଂ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ସୁନ୍ଦରଗଡ, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

9 ତାରିଖରେ ଓଡ଼ିଶାରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଏବଂ ରାୟଗଡା, ନବରଙ୍ଗପୁର, ବଲାଙ୍ଗୀର, ଗଂଜାମ, ସୋନପୁର, ବୌଦ୍ଧ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ବରଗଡ, କନ୍ଧମାଳ, ମୟୂରଭଞ୍ଜ, ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଏବଂ ମୌସୁମୀ ବାୟୁ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର 40 ରୁ 50 କିମି ବେଗରେ ପବନ ରହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ମାଛ ମାରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ।

ସେହିପରି 24 ଘଣ୍ଟାରେ ଓଡିଶା ଉପକୂଳ ଏବଂ ତାର ଆଖ ପାଖ ଅଞ୍ଚଳରେ ଘଣ୍ଟା ପ୍ରତି ପବନର ବେଗ 40 ରୁ 50 କିମି ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ଏହି ଅଞ୍ଚଳରେ ମାଛ ମାରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.