ETV Bharat / city

ଘୂର୍ଣ୍ଣିବଳୟ ପ୍ରଭାବ: ଆହୁରି 24 ଘଣ୍ଟା ବେହାଲ କରିବ ବର୍ଷା

author img

By

Published : Sep 25, 2019, 12:05 PM IST

ସାରା ରାଜ୍ୟରେ ଏବେ ଲାଗି ରହିଛି ବର୍ଷା । ଆଗକୁ ଆହୁରି ବର୍ଷିବ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଭୁବନେଶ୍ବର: ଗତ 24 ଘଣ୍ଟା ଧରି ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ସବୁଠୁ ଅଧିକ ବର୍ଷା ରାଜଧାନୀରେ ରେକର୍ଡ କରାଯାଇଛି । 126 ମିମି ବର୍ଷା ଭୁବନେଶ୍ବରରେ ରେକର୍ଡ କରାଯାଇଥିବାବେଳେ କଟକରେ 107 ମିମି ବର୍ଷା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଏହି କ୍ରମରେ ବାଲେଶ୍ବରରେ 103.6 ମିମି ବର୍ଷା ସହ ଗୋପାଳପୁରରେ 90.6 ମିମି ବର୍ଷା ହୋଇଥିବାର ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ବର୍ତ୍ତମାନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ଆକାଶ ମେଘାଚ୍ଛନ୍ନ ରହିବ ।

ତେବେ ଆଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେହିପରି ନୟାଗଡ଼,ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଓ କନ୍ଧମାଳରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପଣିପାଗ ସୂଚନା।

Body:ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି।ଗତ 24 ଘଣ୍ଟା ଭିତରେ ଭୁବନେଶ୍ୱର ରେ ସର୍ବାଧିକ 126ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଅନ୍ୟାନ୍ୟ ଜିଲ୍ଲାଗୁଡିକରେ ବର୍ଷା ଲାଗିରହିଛି।ସେହି କ୍ରମରେ କଟକରେ 107 ମିମି, ବାଲେଶ୍ୱର ରେ 103.6 ମିମି ,ଗୋପାଳପୁର 90.6 ମିମି ବର୍ଷା ରେକର୍ଡ କରାଯାଇଛି।ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଆଖ ପାଖ ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳର୍ବୀ ଜିଲ୍ଲାଗୁଡିକରେ ଆକାଶ ମେଘାଚ୍ଛର୍ଣ ରହିବ।ସାରା ରାଜ୍ୟରେ ବର୍ଷା ଲାଗିରହିବ।

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ,କଟକ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପଣିପାଗ କେନ୍ଦ୍ର।ସେହିଭଳି ନୟାଗଡ଼,ଢେଙ୍କାନାଳ, ଅନୁଗୁଳ,କେଓଁଝର ଏବଂ କନ୍ଧମାଳ ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।ଆସନ୍ତା କାଲିଠାରୁ ବର୍ଷା ର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.