ETV Bharat / city

ଜିରୋନାଇଟ ପୁର୍ବରୁ ରାଜଧାନୀରେ ପୋଲିସ ଛାଉଣୀ, ମାଇକ୍‌ରେ ଚେତେଇ ଫାଇନ କାଟିଲେ - ଜିରୋ ନାଇଟ ପାଇଁ ଭୁବନେଶ୍ବରରେ ପୋଲିସ ଛାଉଣି

ଜିରୋ ନାଇଟ ପୁର୍ବରୁ ରାଜଧାନୀରେ ମାଳମାଳ ପୋଲିସ ଦେଖିବାକୁ ମିଳିଛି । ଏହାସତ୍ତ୍ବେ ଲୋକେ ଖାତିର ନକରିବାରୁ ମାଇକରେ ଚେତାଇବା ସହ ଫାଇନ କାଟିଛନ୍ତି ବିଏମ୍‌ସି ଓ କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଜିରୋ ନାଇଟ ପୁର୍ବରୁ ରାଜଧାନୀରେ ପୋଲିସ ଛାଉଣୀ, ମାଇକ୍‌ରେ ଚେତେଇ ଫାଇନ କାଟିଲେ

author img

By

Published : Dec 31, 2021, 9:54 PM IST

ଭୁବନେଶ୍ବର: ଜିରୋ ନାଇଟ ପୁର୍ବରୁ ରାଜଧାନୀରେ ମାଳମାଳ ପୋଲିସ । ଏହାସତ୍ତ୍ବେ ଲୋକେ ଖାତିର ନକରିବାରୁ ମାଇକରେ ଚେତାଇବା ସହ ଫାଇନ କାଟିଛନ୍ତି ବିଏମ୍‌ସି ଓ କମିଶନରେଟ ପୋଲିସ । ରାତି ପାହିଲେ ନୂଆବର୍ଷ । ସେଲିବ୍ରେସନ ପାଇଁ ବୁଲୁଛନ୍ତି ଲୋକ । ଫୁଡ୍‌ ଷ୍ଟଲଠୁ ଆରମ୍ଭ କରି ମଲ୍‌ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଜିରୋ ନାଇଟ ପୁର୍ବରୁ ରାଜଧାନୀରେ ପୋଲିସ ଛାଉଣୀ, ମାଇକ୍‌ରେ ଚେତେଇ ଫାଇନ କାଟିଲେ

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆକ୍ସନ ମୋଡରେ ରହିଛି ବିଏମସି ଓ କମିଶନରେଟ ପୋଲିସ । ଜିରୋନାଇଟ୍ ପୂର୍ବର ଲାଗୁ ହୋଇଯିବ ନାଇଟକର୍ଫ୍ୟୁ । ଏନେଇ ସହର ସାରା‌ ପଇଁତରା ମାରୁଛି ପୋଲିସ । ଏହି କ୍ରମରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ସମେତ ବିଭିନ୍ନ ମଲ୍‌ରେ ଚଢ଼ାଉ ଜାରି ରହିଛି । ମାର୍କେଟ ବିଲ୍ଡିଂରେ ଦୋକାନୀ ଓ ଗ୍ରାହକଙ୍କଠାରୁ ଫାଇନ୍ କାଟିଛି ବିଏମସି ଓ କମିଶନରେଟ ପୋଲିସ । ଉତ୍କଳ ଗ୍ୟାଲେରିଆ ମଲ୍‌ରେ ଭିଡ଼ ଦେଖି ତାଗିଦ କରିଛି ବିଏମସି ।

ସେହିଭଳି କଳ୍ପନା ଛକରେ ଥିବା ରୟାଲ ବିରିୟାନି ଷ୍ଟଲ୍‌କୁ ସିଲ୍‌ କରିବା ସହ ବାପୁଜୀ ନଗର ଖାଓଗଳି ସିଲ୍‌ କରିଥିଲା ବିଏମ୍‌ସି । କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ସିଲ୍ ହୋଇଛି ସମ୍ପୃକ୍ତ ଖାଦ୍ୟ ଦୋକାନ । ସେଲିବ୍ରେସନ ପଛ ଜୀବନ ଆଗ ବୋଲି କହିଛନ୍ତି ପୋଲିସ କମିଶନର । ତେଣୁ ସହରବାସୀଙ୍କୁ ନିୟମ ଅନୁପାଳନ କରିବାକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.