ଭୁବନେଶ୍ୱର: କୋରୋନା କଟକଣା ପାଇଁ ଆସନ୍ତାକାଲି ଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡାକଡି ଚେକିଂ। କାଲିଠାରୁ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଚେକିଂ କରାଯିବ। ସେମାନେ ଆରଟିପିସିଆର ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଟେଷ୍ଟ କରିନଥିବେ କିମ୍ବା ରିପୋର୍ଟ ନଥିବ ସେମାନେ ବିଏମସି କାଉଣ୍ଟରରେ ପଞ୍ଜିକରଣ କରିବେ। ଯାତ୍ରୀ ମାନଙ୍କର ସମସ୍ତ ତଥ୍ୟ ବିଏମସି ପାଖରେ ରହିବ। ସେଥିପାଇଁ ବିଏମ୍ସି ଏବଂ ଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଏମସି ପକ୍ଷରୁ ୨୪ ଘଣ୍ଟିଆ ସହାୟତା ଯୋଗାଇ ଦିଆଯିବ। ବିଏମସି ପକ୍ଷରୁ ୬ ଟି କାଉଣ୍ଟର କରାଯିବ ଯେଉଁଠି ବିଏମସି,ବିଡିଏ,ସ୍ମାର୍ଟସିଟି ଏବଂ ଶିକ୍ଷକମାନେ ନିୟୋଜିତ ରହିବେ।
ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳା ଯାଇଛି। ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ ସେମାନେ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁମାନେ ଷ୍ଟେସନ ଭିତରୁ ପ୍ରସ୍ଥାନ କରିବେ ସେମାନେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି। ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଶେଷକରି ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରୁ ପଜିଟିଭ ସଂଖ୍ୟା ବହରାଉଥିବାରୁ ଉଭୟ ସ୍ଥାନରେ ବିଏମସି ପକ୍ଷରୁ ଚେକିଂକୁ କଡାକଡି କରାଯିବ।ସେପଟେ, କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଚେକିଂ କଡାକଡି କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ