ETV Bharat / city

ସିଝୁଛି ଓଡିଶା, 10ଟି ଜିଲ୍ଲାକୁ ହିଟୱେଭ ୱାର୍ନିଙ୍ଗ - weather

ତତଲା ପବନ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ସାରା ଓଡିଶା । ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ ଆଉ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର 10ଟି ଜିଲ୍ଲାକୁ ହିଟୱେଭ ୱାର୍ନିଙ୍ଗ ଦିଆଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 12, 2019, 8:01 PM IST

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ହେଲାଣି ପାରଦ । କିଛିଦିନ ହେବ ସାରା ରାଜ୍ୟରେ ଅସମ୍ଭାଳ ତାତି ଲାଗି ରହିଛି । ଟାଇଁ ଟାଇଁ ଖରାରୁ ତ୍ରାହି ମିଳୁନି ଲୋକଙ୍କୁ । ସକାଳ 10ଟା ହେଲେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି । ରାସ୍ତାରେ ଗଡୁଛି କାଁ ଭାଁ ଗାଡି । ତତଲା ପବନ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ସାରା ଓଡିଶା । ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବାବେଳେ ଆଉ 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର 10ଟି ଜିଲ୍ଲାକୁ ହିଟୱେଭ ୱାର୍ନିଙ୍ଗ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦୁଇଦିନ ହେଲା ସାରା ଓଡିଶାରେ ଗ୍ରୀଷ୍ମର ପ୍ରଭାବ ଅତ୍ୟଧିକ ବଢିଯାଇଛି । ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାରେ ହିଟୱେଭ ୱାର୍ନିଙ୍ଗ ଦିଆଯାଇଛି । ତେବେ ଉକ୍ତ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୋଳ, ଦେଓଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି । ହୀରାକୁଦରେ ସବୁଠାରୁ ଅଧିକ ତାପମାତ୍ରା 44.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ 11 ଟି ଜିଲ୍ଲାରେ ତାପମାତ୍ରା 40 ଡ଼ିଗ୍ରୀ ଉପରେ ରହିଛି ।

ଅନ୍ୟପଟେ ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ ଆଜି (ବୁଧବାର) ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଗତ 24 ଘଣ୍ଟା ଭିତରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, ନବରଙ୍ଗପୁର, ନୂଆପଡା ଆଦି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

gs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.