ଭୁବନେଶ୍ବର: ଗ୍ରୀଷ୍ମ ଲହରକୁ ନେଇ ପରିବର୍ତ୍ତନ ହେବ ନାହିଁ ପାଗ । ଏଥିସହ ଆସନ୍ତା ୩ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ତେବେ ଓଡିଶାରେ ମଇ ୧ତାରିଖରୁ ତାପମାତ୍ରା ସ୍ବାଭାବିକ ପରିବର୍ତ୍ତନ ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଖାସ କରି ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ କହିଛି ପାଣିପାଗ ବିଭାଗ । ଏଥିସହ ଅନେକ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ତାପମାତ୍ରା ରେକର୍ଡ ରହିବ । ସେହିପରି ଉପକୂଳ ଓଡିଶାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ ।
-
#Weather briefing by #Head & Scientist-E Dr. H.R. Biswas for next five days, based on 0830 Hrs IST observation of #28th April 2022.https://t.co/nbAJSTIHx5
— Meteorological Centre, Bhubaneswar (@mcbbsr) April 28, 2022 " class="align-text-top noRightClick twitterSection" data="
">#Weather briefing by #Head & Scientist-E Dr. H.R. Biswas for next five days, based on 0830 Hrs IST observation of #28th April 2022.https://t.co/nbAJSTIHx5
— Meteorological Centre, Bhubaneswar (@mcbbsr) April 28, 2022#Weather briefing by #Head & Scientist-E Dr. H.R. Biswas for next five days, based on 0830 Hrs IST observation of #28th April 2022.https://t.co/nbAJSTIHx5
— Meteorological Centre, Bhubaneswar (@mcbbsr) April 28, 2022
ସେହିଭଳି ମଇ ୧ ତାରିଖ ପରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଫଳରେ ବର୍ତ୍ତମାନର ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି । ଏଥିସହ ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼ ,ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେପଟେ ୩୦ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀର ସମେତ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ