ETV Bharat / city

ଡାଇରିଆ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି: ୪୩୨ ଆକ୍ରାନ୍ତ, ୧୭ ମୃତ୍ୟୁ

ମନ୍ତ୍ରୀ କହିଛନ୍ତି ଯେ, ଏବର୍ଷର ପ୍ରଥମ ଡାଇରିଆ ଜୁନ 13 ତାରିଖରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ନଜରକୁ ଆସିଥିଲା । ବର୍ତମାନ ପର୍ଯ୍ୟନ୍ତ କାଶୀପୁରର ୫ଟି ଗ୍ରାମପଞ୍ଚାୟତର ୧୧ଟି ଗ୍ରାମରୁ ୧୫୯ ଜଣ ଆକ୍ରାନ୍ତ ହୋଇଛନ୍ତି । ତନ୍ମମଧ୍ୟରୁ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଟିକିରି ଡାକ୍ତରଖାନାରେ ୧୪ ଜଣ, କାଶୀପୁର ଡାକ୍ତରଖାନାରେ ୧୩ ଜଣ, ଉତ୍କଳ ଆଲୁମିନାର ଚିକିତ୍ସା କେନ୍ଦ୍ରରେ ୧୪ ଜଣ, ଉତ୍କଳ ଆଲୁମିନାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୮ ଜଣ ଚିକିତ୍ସା ହେଉଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 1, 2022, 11:02 PM IST

ଡାଇରିଆ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି, ୪୩୨ ଆକ୍ରାନ୍ତ, ୧୭ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଡାଇରିଆ ସ୍ଥିତି ନେଇ ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ଏଜାବତ ରାଜ୍ୟରେ ସମୁଦାୟ ୪୩୨ ଜଣ ଆକ୍ରାନ୍ତ ହୋଇଛନ୍ତି । ତନ୍ମମଧ୍ୟରୁ ୧୭ ଜଣ ମୃତ୍ୟୁବରଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏବର୍ଷର ପ୍ରଥମ ଡାଇରିଆ ଜୁନ 13 ତାରିଖରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ ନଜରକୁ ଆସିଥିଲା । ବର୍ତମାନ ପର୍ଯ୍ୟନ୍ତ କାଶୀପୁରର ୫ଟି ଗ୍ରାମପଞ୍ଚାୟତର ୧୧ଟି ଗ୍ରାମରୁ ୧୫୯ ଜଣ ଆକ୍ରାନ୍ତ ହୋଇଛନ୍ତି । ତନ୍ମମଧ୍ୟରୁ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଟିକିରି ଡାକ୍ତରଖାନାରେ ୧୪ ଜଣ, କାଶୀପୁର ଡାକ୍ତରଖାନାରେ ୧୩ ଜଣ, ଉତ୍କଳ ଆଲୁମିନାର ଚିକିତ୍ସା କେନ୍ଦ୍ରରେ ୧୪ ଜଣ, ଉତ୍କଳ ଆଲୁମିନାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୧୮ ଜଣ ଚିକିତ୍ସା ହେଉଛନ୍ତି ।

ଦୈନିକ ନୂଆ କେସ ସଂଖ୍ୟା କ୍ରମଶଃ କମିବା ପରିଲକ୍ଷିତ ହେଉଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ବାରମ୍ବାର କ୍ଷେତ୍ର ପରିଦର୍ଶନ କରୁଛନ୍ତି । ୬ ଜଣ ଡାକ୍ତର ଓ ଜିଲ୍ଲାର ମହାମାରୀ ନିୟନ୍ତ୍ରଣ ଟିମ ସେଠାରେ ରହି କାର୍ଯ୍ୟ ତଦାରଖ କରୁଛନ୍ତି । ୮ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । ୪ ଟି ଭ୍ରାମ୍ୟମାଣ ଦଳ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।କୋରାପୁଟ ମେଡିକାଲ କଲେଜରୁ ଏକ ଡାକ୍ତରୀ ଦଳ ଟିକିରି ଅଞ୍ଚଳ ଓ ଦଶମନ୍ତପୁରର ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ରାଜ୍ୟ ସ୍ତରରୁ ଦୁଇ ଜଣ ଯୁଗ୍ମ ନିର୍ଦେଶକ ଏହି ଅଂଚଳମାନଙ୍କରେ କାର୍ଯ୍ୟର ତଦାରଖ କରୁଛନ୍ତି । ସମୁଦାୟ ୨୦୨ଟି ଜଳ ନମୁନା ଓ ୧୭୪ ଟି ମଳ ନମୁନା ପରୀକ୍ଷଣ କରାଯାଇଛି ।

ଜନସ୍ୱାସ୍ଥ୍ୟ ନିର୍ଦେଶକ କ୍ଷେତ୍ର ପରିଦର୍ଶନ ସହ ପରିଚାଳନା ତଦାରଖ କରିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସହିତ ନିଜେ ଯାଇ ଟିକିରି ପରିସ୍ଥିତି ଅନୁଧ୍ୟାନ କରିଛି । ବିଭିନ୍ନ ବିଭାଗ ସହଭାଗିତାରେ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ସହିତ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଜିଲ୍ଲା ସ୍ତରରୁ କାର୍ଯ୍ୟକ୍ରମ ଜାରି ରହିଛି । ଡାଇରିଆ ପରିସ୍ଥିତିର ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ଔଷଧ ଓ ଅନ୍ୟାନ୍ୟ ସଂରଜାମ ପ୍ରର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଇଛି । ଅବସ୍ଥାରେ ଅତିଶୀଘ ଉନ୍ନତି ପାଇଁ ଯଥୋଚିତ ପଦକ୍ଷେପ ନିଆଯାଉଛି । ଅବସ୍ଥାରେ ଶୀଘ୍ର ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ୫ଟି ଗ୍ରାମରୁ ୮୩ ଜଣ ରୋଗୀ ଚିହ୍ନଟ ହୋଇ ଚିକିତ୍ସା ହୋଇଛନ୍ତି । ଯାହା ଭିତରୁ ଜଣେ ମୃତ୍ୟୁବରଣ କରିଛନ୍ତି । ୭୬ ଜଣ ଆରୋଗ୍ୟ ହୋଇଛନ୍ତି । ୬ ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨ ଦିନ ଧରି କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ନବରଙ୍ଗପୁର ଜିଲ୍ଲା ନଦାହାଣ୍ଡି ବ୍ଲକର ୨ ଟି ଗ୍ରାମରୁ ଜୁଲାଇ ୨୧ ତାରିଖଠାରୁ ୪୪ ଜଣ ଆକ୍ରାନ୍ତ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି । ୪୧ ଜଣ ଆରୋଗ୍ୟ ହୋଇସାରିଛନ୍ତି । ଗତ ୩ ଦିନ ଧରି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି ।

ସୋନପୁର ଜିଲ୍ଲା ଡୁଙ୍ଗୁରୀପାଲି ଓ ତରଭା ବ୍ଳକରୁ ୨୩ ଜୁଲାଇ ପରେ ୬୪ ଜଣ ଆକ୍ରାନ୍ତ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକର ଗୋଟିଏ ଗ୍ରାମରୁ ୨୩ ଜୁଲାଇଠାରୁ ୪୯ ଜଣ ଆକ୍ରାନ୍ତ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକର ଗୋଟିଏ ଗ୍ରାମରୁ ୨୭ ଜୁଲାଇ ଠାରୁ ୨୧ ଜଣ ଆକ୍ରାନ୍ତ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି | ଝାରୁସୁଗୁଡା ଜିଲ୍ଲା ୱାର୍ଡ ନଂ ୧୩ ରୁ ୧୨ ଜଣ ଆକ୍ରାନ୍ତ ହୋଇ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଜଣେ ଚିକିତ୍ସାଧନ ଅଛନ୍ତି ଓ ଅନ୍ୟ ରୋଗୀମାନେ ଆରୋଗ୍ୟ ଲାଭ କରିଛନ୍ତି । ସମସ୍ତ ଜିଲ୍ଲାରେ ତ୍ଵରିତ ଚିକିତ୍ସା ପାଇଁ Rapid Response Team (RRT) ମୃତୟନ ହୋଇ ଯୁଦ୍ଧକାଳୀନ ଭିତିରେ ଚିକିତ୍ସା ଯୋଗାଇଦେବା ସହିତ ଜଳ ବିଶୋଧନ, ସ୍ଵଛତା, ପରିମଳ ବିଷୟରେ ଧ୍ୟାନ ଦିଆଯାଉଛି ।

ଏସମସ୍ତ ସ୍ଥାନରେ ତୁରନ୍ତ ଖବର ଏକାଠି କରି ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇ ଚିକିତ୍ସା ଦେବାର ବନ୍ଦୋବସ୍ତ କରାଯାଇଛି । ବିଭିନ୍ନ ଜଳ ନମୁନା ଓ ମଳ ନମୁନା ପରୀକ୍ଷା କରାଯାଇ ଜୀବାଣୁ ଚିହ୍ନଟ ହୋଇଛି। ତାହାର ଆବଶ୍ୟକୀୟ ପରୀକ୍ଷା କରାଯାଇ ତଦନୁଯାୟୀ ଚିକିତ୍ସା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.