ETV Bharat / city

ଓଡିଶାକୁ ଟିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ - କୋରୋନା ଟିକା ପାଇଁ ଚିଠି

ଓଡି଼ଶା 50 ଲକ୍ଷ 79 ହଜାର 650 ଡୋଜ ଟିକା ଗ୍ରହଣ କରିଛି । ବର୍ତ୍ତମାନ ରାଜ୍ୟରେ ଟିକାର ଅଭାବ ଥିବାରୁ ଟିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ...

ଓଡି଼ଶାକୁ ଟିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Apr 15, 2021, 9:56 PM IST

ଭୁବନେଶ୍ବର: ରାଜ୍ୟକୁ କୋରୋନା ଟିକା ଯୋଗାଣ ଅତ୍ୟନ୍ତ କମ୍ ରହିଛି । ଯାହାଫଳରେ ଟିକାର ଅଭାବ ସୃଷ୍ଟି ହୋଇଛି । କମ୍ ଯୋଗାଣ ହେତୁ ଓଡି଼ଶା ସଙ୍କଟର ସମ୍ମୁଖୀନ ହୋଇଛି । ଏଣୁ ତୁରନ୍ତ ରାଜ୍ୟକୁ ଟୀକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଓଡି଼ଶା 50 ଲକ୍ଷ 79 ହଜାର 650 ଡୋଜ ଟିକା ଗ୍ରହଣ କରିଛି । ସେଥିମଧ୍ୟରୁ 45 ଲକ୍ଷ 42 ହଜାର 870 ଡୋଜ କୋଭିଶିଲ୍ଡ ଟିକା ଏବଂ 5,36,780 କୋଭାକ୍ସିନ ଟିକା ଅଟେ । ବର୍ତ୍ତମାନ ରାଜ୍ୟରେ କୋଭିଶିଲ୍ଡ ଟିକାର ନିଲ୍ ଷ୍ଟକ୍ ଅଛି । କେବଳ 1 ଲକ୍ଷ 74 ହଜାର 4 ଡୋଜ୍ କୋଭିଶିଲ୍ଡ ଏବଂ 2 ଲକ୍ଷ 49 ହଜାର 196 ଡୋଜ୍ କୋଭାକ୍ସିନ୍ ରାଜ୍ୟରେ ଉପଲବ୍ଧ ରହିଥିବାବେଳେ ଟୀକାକରଣ ମଧ୍ୟ ଜାରି ରହିଛି । କୋଭିଶିଲ୍ଡର ବାଲାନ୍ସ ଷ୍ଟକ୍ କେବଳ ଗୋଟିଏ ଦିନ ରହିବ ।

ରାଜ୍ୟରେ ଦୈନିକ 3 ଲକ୍ଷ ଟୀକାକରଣର କ୍ଷମତା ରହିଛି । ତଥାପି ଓଡିଶାକୁ ଏକ ସମୟରେ କେବଳ 2-3 ଲକ୍ଷ ଟିକା ଦିଆଯାଉଛି । ଯାହା ରାଜ୍ୟରେ ଦୂର ଜିଲ୍ଲାମାନଙ୍କ ପାଇଁ RVS & DVS ମାଧ୍ୟମରେ ରାଜ୍ୟ ଟିକା ଭଣ୍ଡାରରୁ କୋଲ୍ଡ ଚେନ୍ ପଏଣ୍ଟକୁ ଟିକା ସ୍ଥାନାନ୍ତର କରିବାକୁ ପ୍ରାୟ 3 ଦିନ ସମୟ ଲାଗୁଛି । ଟିକା ଯୋଗାଣରେ ଏଭଳି ଅନିୟମିତତା ଯୋଗୁଁ କମ୍ୟୁନିଟ ସେଣ୍ଟରଗୁଡିକରେ ଯୋଜନା ମୁତାବକ ଟୀକାକରଣ ସମ୍ଭବପର ହୋଇପାରୁନି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଭିତ୍ତିରେ ଆଗାମୀ 10 ଦିନ ପାଇଁ 25 ଲକ୍ଷ କୋଭିଶିଲ୍ଡ ଡୋଜ ଯୋଗାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.