ETV Bharat / city

କାଶୀପୁର ଝାଡାବାନ୍ତିରେ ମୃତ୍ୟୁ ଘଟଣାର ରିପୋର୍ଟ ମିଳିଲେ ହେବ କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ

author img

By

Published : Jul 18, 2022, 7:21 PM IST

ରାୟଗଡା କାଶୀପୁର ଅଞ୍ଚଳରେ ଝାଡାବାନ୍ତିରେ 6 ଜଣଙ୍କ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର । ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଅଧିକ ପଢ଼ନ୍ତୁ

କାଶୀପୁର ଝାଡାବାନ୍ତିରେ ମୃତ୍ୟୁ ଘଟଣା: ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ । ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଏହି ଘଟଣା ବିଧାନସଭାରେ ଉଠାଇବା ପରେ ଆକ୍ସନ ମୁଡରେ ଆସିଥିଲେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ । ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି ।

କାଶୀପୁର ଅଞ୍ଚଳରେ ଏକ ଡାକ୍ତରୀ ଦଳ ଡେରା ପକାଇଛି । ଏହା ସହ RMRCର ପ୍ରତିନିଧି ଦଳ କାଶୀପୁର ଯାଇଛନ୍ତି । ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହି ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଝାଡାବାନ୍ତିରେ ପୀଡ଼ିତ ଥିବା ବ୍ୟକ୍ତି ମାନଙ୍କୁ ଉଚିତ୍ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଡାଇରିଆ ଔଷଧ ଯୋଗାଇବାକୁ ସିଡିଏମଓଙ୍କ ସହ କଥା ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦୂଷିତ ପାଣି ପାଇଁ ଝାଡାବାନ୍ତି ବ୍ୟାପୁଥିବାର କୁହାଯାଉଛି । ତେବେ କିଭଳି ସେଠାରେ ଉତ୍ତମ ସ୍ଵାସ୍ଥ୍ୟସେବା ପହଞ୍ଚିପାରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା କଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.