ଭୁବନେଶ୍ବର: କୋରୋନା ପଞ୍ଝାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ (Naba Kishor das covid positive)। ଟ୍ବିଟ କରି ସୂଚନା ଦେଇଛନ୍ତି ନବକିଶୋର ଦାସ । ପଜିଟିଭ ଚିହ୍ନଟ ପରେ ଏବେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏଥିସହ ଶେଷ ୩ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।
-
I was tested asymptomatic Covid positive yesterday and now in home isolation. I request all those who have come in physical contact with me in last 3 days to get themselves tested.#nabadasjsg
— Naba Kisore Das (@nabadasjsg) January 7, 2022 " class="align-text-top noRightClick twitterSection" data="
">I was tested asymptomatic Covid positive yesterday and now in home isolation. I request all those who have come in physical contact with me in last 3 days to get themselves tested.#nabadasjsg
— Naba Kisore Das (@nabadasjsg) January 7, 2022I was tested asymptomatic Covid positive yesterday and now in home isolation. I request all those who have come in physical contact with me in last 3 days to get themselves tested.#nabadasjsg
— Naba Kisore Das (@nabadasjsg) January 7, 2022
ପ୍ରକାଶ ଥାଉ କି ରାଜ୍ୟରେ ବର୍ତ୍ତମାନ କୋରୋନା ଲମ୍ବା ଲମ୍ପ ମାରିଛି । ଦୁଇ ସପ୍ତାହ ହେବ ବଢୁଛି ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ୧୧୨୪ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୦୯ ଜଣ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ