ଭୁବନେଶ୍ବର: ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର କରୋନା ସ୍ଥିତି ନେଇ ଆଲୋଚନା ହେବ। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ । ସେଥି ମଧ୍ୟରୁ ମୁଖ୍ୟ ଦାବି ଗୁଡିକ ହେଲା, ଯେଉଁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫଶିଛନ୍ତି ସେମାନଙ୍କ କୋରୋନା ପରୀକ୍ଷା ସେଠାରେ ହିଁ କରାଯାଉ। ଫଳରେ ସେମାଙ୍କ ଚିକିତ୍ସା ସୁବିଧା ଓ ସହଜରେ ହୋଇପାରିବ। ଏହାବାଦ ରାଜ୍ୟରେ ଅଧିକରୁ ଅଧିକ କୋଭିଡ ଟେଷ୍ଟ ପାଇଁ ଆବଶ୍ୟକ କିଟ ଯୋଗାଇବା ଉପରେ ବି ଆଲୋଚନା ହେବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ