ଭୁବନେଶ୍ବର: ପନିପରିବା ଠାରୁ ଆରମ୍ଭ କରି ମ୍ୟାଗି ଓ କୋଲ୍ଡଡ୍ରିଙ୍କ୍ସ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟପେୟର ଏବେ ଯାଞ୍ଚ ହେବ । ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ପ୍ରଥମଥର ପାଇଁ ପ୍ରତିଷ୍ଠା ହେଲା ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ରପାତି ।
୮ କୋଟି ଟଙ୍କା ବ୍ୟୟରେ ୩ଟି ଯନ୍ତ୍ରପାତିର ଉଦଘାଟନ କରିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହାଫଳରେ ପନିପରିବା ଠାରୁ ଆରମ୍ଭ କରି ମ୍ୟାଗି ଓ କୋଲ୍ଡଡ୍ରିଙ୍କ୍ସ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟପେୟର ଏଠାରେ ମାନ ଯାଞ୍ଚ କରାଯିବ ସହ ପରୀକ୍ଷା କରାଯିବ । ଆଇସିପି, ଏଲଜି, ଜିସି ନାମକ ତିନୋଟି ମେସିନର ଆଜି ଉଦଘାଟନ କରାଯାଇଛି ।
ଆଗରୁ ବିଭିନ୍ନ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ରାଜ୍ୟ ବାହାରକୁ ପଠାଯାଉଥିଲା କିନ୍ତୁ ଏବେ ଓଡ଼ିଶାରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ