ETV Bharat / city

କରୋନା ପରେ ଏବେ ଟମାଟୋ ଫ୍ଲୁ, ସତର୍କତା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରତିକ୍ରିୟା - ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

କେରଳ ଓ ତାମିଲନାଡୁରେ ଟମାଟୋ ଫ୍ଲୁ ଚିହ୍ନଟ ପରେ ପଡୋଶୀ ରାଜ୍ୟ ଗୁଡିକରେ ସତର୍କତା ବଢିଛି । କେଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ହୋଇଥିବାରୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

କରୋନା ପରେ ଏବେ ଟମାଟୋ ଫ୍ଲୁ, ସତର୍କତା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରତିକ୍ରିୟା

author img

By

Published : May 13, 2022, 7:08 PM IST

ଭୁବନେଶ୍ବର: କରୋନା ମହାମାରୀ ପରେ ଏବେ ଟମାଟୋ ଫ୍ଲୁ ଆତଙ୍କ । ଟମାଟୋ ଫ୍ଲୁ ନାମରେ ଗ‌ୋଟାଏ ନୂତନ ଭୂତାଣୁ ଚିହ୍ନଟ ହୋଇଛି । ଏହାଯୋଗୁଁ କେରଳରେ ୫ ବର୍ଷରୁ କମ୍ ପିଲା ଆକ୍ରାନ୍ତ ହୋଇଥିବା ଦେଖାଯାଇଛି । ‘ଟମାଟୋ ଜ୍ବର’ ନାମରେ ପରିଚିତ ‘ଟମାଟୋ ଫ୍ଲୁ’ରେ ପିଲାମାନେ ଅଜ୍ଞାତ କାରଣରୁ ଜ୍ବରରେ ପୀଡ଼ିତ ହେଉଛନ୍ତି । ଅବଶ୍ୟ ଏହା ପ୍ରକୃତରେ ଭୂତାଣୁବାହିତ ରୋଗ କିମ୍ବା ଚିକୁନଗୁନିଆ ବା ଡେଙ୍ଗୁ ଜ୍ବର ପରବର୍ତ୍ତୀ କୁ-ପ୍ରଭାବ ତାହା ବିତର୍କର ବିଷୟ ହୋଇରହିଛି ।

କରୋନା ପରେ ଏବେ ଟମାଟୋ ଫ୍ଲୁ, ସତର୍କତା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରତିକ୍ରିୟା

‘ଟମାଟୋ ଫ୍ଲୁ’ରେ ଆକ୍ରାନ୍ତ ପିଲା ଦେହରେ ଦାଗ ଦେଖାଯିବା, କୁଣ୍ଡେଇ ହେବା ଓ ଜଳ ଶୁଷ୍କତା ଆଦି ଲକ୍ଷଣ ଦେଖାଦିଏ । ଏଥିଯୋଗୁଁ ଦେହର ବହୁ ଅଂଶରେ ଫୋଟକା ହୁଏ । ଏହି ଫୋଟକାର ରଙ୍ଗ ସାଧାରଣତଃ ଲାଲ୍‌ ଦେଖାଯାଉଥିବାରୁ ଏହି ରୋଗକୁ ‘ଟମାଟୋ ଫ୍ଲୁ’ ବା ‘ଟମାଟୋ ଫିବର୍‌’ କୁହାଯାଉଛି । ତେବେ ବର୍ତ୍ତମାନ ସୁଧା ଏହି ରୋଗର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସ୍ବାସ୍ଥ୍ୟ ଅଧିକାରୀମାନେ ‘ଟମାଟୋ ଫ୍ଲୁ’ର ମୁଖ୍ୟ କାରଣ ସନ୍ଧାନରେ ଲାଗିଛନ୍ତି ।

ଏହି ରୋଗକୁ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ‘‘ଏହା ଗୋଟିଏ ଭାଇରାଲ ରୋଗ । ଏହା ସ୍କିନ ଉପରେ ପ୍ରଭାବ ପକାଉଛି । ଏଥିରେ ବହୁତ କମ ରୋଗୀ ଆକ୍ରାନ୍ତ ହେଉଥିବା ବେଳେ ବିଶେଷ ଭାବରେ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି । ଏପର୍ଯ୍ୟନ୍ତ ଏପରି କୌଣସି ରୋଗୀ ହସ୍ପିଟାଲକୁ ଆସିନାହାନ୍ତି । ତେଣୁ, ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଏହି ରୋଗ କୋଭିଡ ମହାମାରୀ ଆଗରେ କିଛି ନୁହେଁ । ଆତଙ୍କିତ ନହୋଇ ସାଧାରଣ ଔଷଧରେ ଭଲ ହୋଇପାରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।’’

ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ଚୌଧୁରୀ କହିଛନ୍ତି ଯେ, ‘‘ଏହି ରୋଗ ପାଇଁ ସଫିସିଏଣ୍ଟ ପାଣି ପିଇବା ଆବଶ୍ୟକ । ସବୁବେଳେ ସଫାସୁତର ରହିବା ସହ ସବୁବେଳେ ଗାଧେଇବାକୁ ହେବ । ଯଦି ଦେହରେ ନାଲି ଦାଗ ବା ଫଟୋକା ଭଳି ଦେଖାଯାଉଛି ତେବେ ଏହାକୁ ନକୁଣ୍ଡାଇ ନଫଟାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ କହିଛନ୍ତି ।’’

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.