ETV Bharat / city

Minor Vaccnation: ଦରକାର ପଡ଼ିଲେ ବଢ଼ିବ ମ୍ୟାନପାୱାର

author img

By

Published : Dec 26, 2021, 1:00 PM IST

Updated : Dec 26, 2021, 1:45 PM IST

ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଏହା ପରେ ପ୍ରସ୍ତୁତି ଆରମ୍ଭ କରଛନ୍ତି ବିଭିନ୍ନ ରାଜ୍ୟ । ରାଜ୍ୟରେ ଯଥେଷ୍ଟ ମାତ୍ରାରେ ସ୍ବାସ୍ଥ୍ୟକର୍ମୀମାନେ ଟୀକାକରଣ ପାଇଁ ରହିଛନ୍ତି କିନ୍ତୁ ଆବଶ୍ୟକ ପଡ଼ିଲେ ମ୍ୟାନପାୱାର ବଢାଯିବ ବୋଲି କହିଛନ୍ତି (health director reaction on minor vaccination )ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଦରକାର ପଡ଼ିଲେ ବଢ଼ିବ ମ୍ୟାନପାୱାର
ଦରକାର ପଡ଼ିଲେ ବଢ଼ିବ ମ୍ୟାନପାୱାର

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ପ୍ରସ୍ତୁତି ଆରମ୍ଭ କରଛନ୍ତି ବିଭିନ୍ନ ରାଜ୍ୟ । ରାଜ୍ୟରେ ଯଥେଷ୍ଟ ମାତ୍ରାରେ ସ୍ବାସ୍ଥ୍ୟକର୍ମୀ ଟୀକାକରଣ ପାଇଁ ରହିଛନ୍ତି କିନ୍ତୁ ଆବଶ୍ୟକ ପଡ଼ିଲେ ମ୍ୟାନପାୱାର ବଢାଯିବ ବୋଲି କହିଛନ୍ତି (health director reaction on minor vaccination )ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Health Director On Vaccnating Childern

ପ୍ରଧାନମନ୍ତ୍ରୀଙ୍କ ଦୁଇଟି ଗୁରୁତ୍ବପୂର୍ଣ୍ଣ କଥାରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି 15 ବର୍ଷ ରୁ 18 ବର୍ଷ ବୟସର ପିଲାଙ୍କୁ ଟୀକାକରଣ ଏବଂ ଦ୍ଵିତୀୟରେ ବୁଷ୍ଟର ଡୋଜ ଟୀକାର ବ୍ୟବସ୍ଥା କରାଯିବ । ସ୍ବାସ୍ଥ୍ୟକର୍ମୀ ଏବଂ 60 ବର୍ଷରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ ଏହି ବ୍ୟବସ୍ଥା । ଜାନୁଆରୀ 3 ତାରିଖରୁ ପିଲାଙ୍କୁ ଟୀକାକରଣ ଏବଂ 9 ତାରିଖରେ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ଆରମ୍ଭ ହେବ । ଟୀକାକରଣ ପାଇଁ ରାଜ୍ୟରେ ଏକ ଟିମ ଗଠନ କରାଯାଇଛି । ରାଜ୍ୟରେ ଟୀକା ପାଇଁ କୌଣସି ଅସୁବିଧା ହେବ ନାହିଁ । ଟୀକାକରଣ ପାଇଁ ଯଥେଷ୍ଟ ମ୍ୟାନ ପାୱାର ରଖାଯାଇଛି। ଦରକାର ପଡିଲେ ଅଧିକ ମ୍ୟାନପାୱାର ଗଠନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସେ ଆହୁରି କହିଛନ୍ତି କୋରୋନା ମହାମାରୀକୁ ପ୍ରତିହତ ପାଇଁ ଟୀକାକରଣ ହିଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମର ଟାର୍ଗେଟ ଜନସଂଖ୍ୟା ଯାହା ସେହି ଅନୁସାରେ ଟୀକାକରଣ କରାଯିବ। ପ୍ରତି ଜିଲ୍ଲାକୁ 15 ବର୍ଷରୁ 18 ବର୍ଷ ବୟସ୍କଙ୍କ ତଥ୍ୟ ମଗାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟ ଦୈନିକ 4 ଲକ୍ଷ ଲୋକଙ୍କୁ ଟୀକାକରଣ କରି ରେକର୍ଡ କରିଛି । ତେବେ ସେହି ଅନୁସାରେ ପିଲାଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ରାଜ୍ୟ 5 କୋଟି ଟୀକାକରଣର ନିକଟତର ହେବାକୁ ଯାଉଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 26, 2021, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.