ETV Bharat / city

ଆଗକୁ ବଢିବ ସଂକ୍ରମଣ, ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ - ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ଆଗକୁ ରାଜ୍ୟରେ ସଂକ୍ରମଣ ବଢିବ । ସଂକ୍ରମଣ ରୋକିବାକୁ ହେଲେ ଆମକୁ ସଜାଗ ରହିବାକୁ ପଡିବ । ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ଆଗକୁ ବଢିବ ସଂକ୍ରମଣ, ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 4, 2022, 4:11 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ହାର ବଢିଛି । ଆଗକୁ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବ । ଦିନକରେ ୬୦୦ ପାର୍ କରିଛି ପଜିଟିଭ ମାମଲା । ଯେହେତୁ ଅନ୍ୟ ରାଜ୍ୟଗୁଡିକରେ କୋରୋନା ପ୍ରସାର ବଢୁଛି ସେହି ତୁଳନାରେ ବିଳମ୍ବରେ ହେଲେ ମଧ୍ୟ ଓଡିଶାରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆବଶ୍ୟକସ୍ଥଳେ ସରକାର ନୂଆ ଗାଇଡଲାଇନ ଜାରି କରିବେ ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଆଗକୁ ବଢିବ ସଂକ୍ରମଣ, ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ପ୍ରଥମ ଓ ଦ୍ବିତୀୟ ଲହର ଭଳି ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଆବଶ୍ୟକ ପଡିଲେ ଏହାକୁ କାର୍ଯ୍ୟକାରୀ କରାଯିବ । ସଂକ୍ରମଣ ରୋକିବାକୁ ହେଲେ ଆମକୁ ସଜାଗ ରହିବାକୁ ପଡିବ ଏବଂ ନିଜ ବ୍ୟବହାରରେ ପରିବର୍ତ୍ତନ କରିବାକୁ ହେବ । ସଂକ୍ରମଣ ଧାରାକୁ ବିଚାରକୁ ନେଲେ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲା ପଜିଟିଭ ମାମଲା ବଢିଛି । ତେବେ କେବଳ ଏହି ଦୁଇ ଜିଲ୍ଲା ନୁହେଁ ଆଗକୁ ସାରା ରାଜ୍ୟରେ କୋରୋନା ମାମଲା ବୃଦ୍ଧି ପାଇବ । ଯେହେତୁ ଆମ ପଡୋଶୀ ରାଜ୍ୟରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି, ତେଣୁ ଓଡିଶାରେ ମଧ୍ୟ ବଢିବା ସ୍ବାଭାବିକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.