ETV Bharat / city

ଦେଶରେ ବଢୁଛି ସଂକ୍ରମଣ, ଓଡିଶାରେ ସ୍ଥିତି ଭଲ ଅଛି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Apr 21, 2022, 1:03 PM IST

ଦେଶରେ ପୁଣି କାୟା ମେଲାଉଛି କୋରୋନା । ଦିଲ୍ଲୀ ସମେତ କେତେକ ରାଜ୍ୟରେ ସଂକ୍ରମଣ ବଢୁଥିଲେ ହେଁ ଓଡିଶାରେ ଉଦବେଗଜନକ ସ୍ଥିତି ନାହିଁ । ଅଧିକ ପଢନ୍ତୁ

ଦେଶରେ ବଢୁଛି ସଂକ୍ରମଣ, ଓଡିଶାରେ ସ୍ଥିତି ଭଲ ଥିବା କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଦେଶରେ ପୁଣି କାୟା ମେଲାଉଛି କୋରୋନା । ଚତୁର୍ଥ ଲହରକୁ ନେଇ ଚିନ୍ତା ବଢୁଛି । ଦିଲ୍ଲୀ ସମେତ କେତେକ ସ୍ଥାନ ଅଚାନକ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଓଡିଶାରେ କୋରୋନା ସଂକ୍ରମଣ ନେଇ ଉଦବେଗ ଜନକ ସ୍ଥିତି ନାହିଁ । ରାଜ୍ୟରେ ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ । ଯଦି ସଂକ୍ରମଣ ବଢିବା ଆରମ୍ଭ ହୁଏ, ତାହାହେଲେ ହସ୍ପିଟାଲ ଏବଂ ଟ୍ରିଟମେଣ୍ଟ ଷ୍ଟ୍ରାଟେଜିରେ ପରିବର୍ତ୍ତନ କରାଯିବ । ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ପୂର୍ବ ଲହର ଗୁଡିକରେ ଦେଖାଯାଇଥିଲା ଯେ, ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଓଡିଶାରେ ମାମଲା ବୃଦ୍ଧି ପାଇଥିଲା । ତେଣୁ ଏହି ସମୟ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ । ଯେହେତୁ ଟିକା ନେବା ଦ୍ବାରା ଗମ୍ଭୀରତା ଏବଂ କୋରୋନା ଜନିତ ମୃତ୍ୟୁ କମିଥାଏ । ତେଣୁ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ତୁରନ୍ତ ନେବା ପାଇଁ ଅନୁରୋଧ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି କି, ଜରୁରୀ କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରେଇ ରହନ୍ତୁ । ଗହଳି ସ୍ଥାନକୁ ଗଲେ ମାକ୍ସ ନିହାତି ପିନ୍ଧନ୍ତୁ । କିଛି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି । ତେଣୁ ସଂକ୍ରମଣ ବଢିବା ସହ ଆର ଭ୍ୟାଲୁ ବି ବଢ଼ିବ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.