ETV Bharat / city

‘ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ’

author img

By

Published : Jul 5, 2021, 12:03 PM IST

ରାଜ୍ୟରେ ମୃତ୍ୟୁ ସଂଖ୍ୟା ଆଜି ରହିଛି ସର୍ବାଧିକ । ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ କହିଲେ ସ୍ୱସ୍ଥ୍ୟ ନିର୍ଦ୍ଦେଶକ। ଅଧିକ ପଢନ୍ତୁ...

health director bijay mohapatra reaction on corona death
"ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ"

ଭୁବନେଶ୍ବର: ରାଜ୍ୟରୋ କୋରୋନା ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ତେବେ ଜିଲ୍ଲା ସ୍ତରରେ ଅଡ଼ିଟ ରିପୋର୍ଟ ଆସିବା ପରେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି 450 ରୋଗୀ ଆଇସିୟୁରେ ଅଛନ୍ତି । ଭେଣ୍ଟିଲେଟରେ ରହୁଥିବା ରୋଗୀ ମୃତ୍ୟୁ ସମ୍ଭାବନା 90 ରୁ 92 ପ୍ରତିଶତ ରହିଛି ।

ଏବେ ବି 55 ରୁ 60 ଲୋକ ଭେଣ୍ଟିଲେଟରରେ ଅଛନ୍ତି । ଏବଂ ଆଇସିୟୁରୁ 30 ପ୍ରତିଶତ ପେସେଣ୍ଟ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ ଗୁରୁତର ରୋଗୀ ଅଛନ୍ତି ମୃତ୍ୟୁ ସଂଖ୍ୟା କିଛି ଏମିତି ରହିବ । ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତାହା ଆସୁ ନ ଆସୁ ମାତ୍ର ଆମେ ଆଉ ଗୋଟିଏ ଲହର ପାଇଁ ପ୍ରସ୍ତୁତ ହୋଇ ରହିବୁ । ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ବ ଦେବାର ଆବଶ୍ୟକ ରହିଛି ।

ଭ୍ୟାକ୍ସିନେସନ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଏହା ଆମର ପ୍ରାଥମିକ ଲକ୍ଷ୍ୟ । ଶିଶୁ ମାନଙ୍କ ଚିକିତ୍ସା ଉପରେ ଫୋକସ ରହିବ । ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି । ପଶ୍ଚିମ ଓଡିଶାରେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ଦ୍ବିତୀୟ ସପ୍ତାହ ବେଳକୁ ସଂକ୍ରମଣ କମିବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ । ତାହା ପରେ ସେ କେଉଁଠିକୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.