ETV Bharat / city

'ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ'

author img

By

Published : Nov 12, 2021, 2:21 PM IST

ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

'ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ'
'ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ'

ଭୁବନେଶ୍ବର: ଆମ ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଏହି ସମୟ ଆମ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ସତର୍କ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ଅନ୍ୟଦେଶରେ ସଂକ୍ରମଣ ବଢୁଛି । ହେଲେ ଆମ ଦେଶରେ ଯେହେତୁ ବଢିନି ଆମକୁ ସତର୍କ ରହିବାକୁ ପଡିବ । ଅନ୍ୟ ଦେଶରେ ସଂକ୍ରମଣର 3-4 ମାସ ପରେ ଆମ ଦେଶରେ ସଂକ୍ରମଣ ହେଉଥିଲା । ତେଣୁ ଏହି ସମୟ ଆମପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ସ୍ଥିତି ଭଲ ଅଛି । ଜୁଲାଇ ମାସରୁ ଯେଉଁ ପ୍ଲାଟୁ ଷ୍ଟେଜରେ ରହିଆସିଛି ତାହା ଏବେ କମୁଛି କିନ୍ତୁ କମ ରେଟରେ କମୁଛି । ଆମେ କେବଳ ପଜିଟିଭ ରୋଗୀ ଦେଖିବାନି, ଗୁରୁତର ରୋଗୀଙ୍କୁ ଦେଖିକି ସ୍ଥିତି ତର୍ଜମା କରିବା ।

ସବୁ ଇମ୍ୟୁନାଇଜେସନର ପ୍ରାୟ ବୁଷ୍ଟର ଦେବାର ଦରକାର ଥାଏ । ଅନ୍ୟ ଯେଉଁ ବୁଷ୍ଟର ଡୋଜ ଦିଆଯଉଛି ତାହା ବହୁ ପରୀକ୍ଷିତ । ଯେହେତୁ କୋଭିଡ ଗୋଟେ ନୂଆ ଭୂତାଣି ତେଣୁ ବର୍ତ୍ତମାନ ବୁଷ୍ଟର ଉପରେ ତର୍ଜମା ଚାଲିଛି । ବୁଷ୍ଟର ଦେବା ବାବଦରେ ଟେକ୍ନିକାଲ ବଡି ବାବଦରେ ହୁର ନିଷ୍ପତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.