ଭୁବନେଶ୍ବର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି ଘଟିଛି। ଏ ମଧ୍ୟରେ ଯେଉଁ ମାନେ ପ୍ରଥମ ଡୋଜ ଟିକା ନେଇଛନ୍ତି ସେମାନେ ଠିକ ସମୟରେ ଦ୍ବିତୀୟ ଡୋଜ ନିଅନ୍ତୁ। ଦ୍ବିତୀୟ ଡୋଜ ଠିକ ସମୟରେ ନେଲେ କରୋନା ସଂକ୍ରମଣ କମିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ଏନେଇ ଜିଲ୍ଲାପାଳ ଓ ମ୍ୟୁନିସପାଲଟିକୁ ଚିଠି ଲେଖାଯାଇଥିବା କହିଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର ।

ଅନ୍ୟଅଟେ ରାଜ୍ୟରେ CoWIN ପୋର୍ଟାଲରେ ଟୀକାକରଣର ପଞ୍ଜିକରଣ କରିବା ସହ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ଏହି ପୋଟାଲରେ ନାମ ପଞ୍ଜିକରଣ କଲେ ସମସ୍ତେ ଟିକା ନେଇ ପାରିବେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ