ଭୁବନେଶ୍ବର: ସାମ୍ବାଦିକଙ୍କ ପାଇଁ ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ । ତୁରନ୍ତ ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ।
ସୂଚନା ଅନୁଯାୟୀ ଆଜି (ମଙ୍ଗଳବାର) ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କକୁ ଚିଠି ଲେଖାଯାଇଛି ।
ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କୁ ତୁରନ୍ତା ଟିକା ଦେବାପାଇଁ ଚିଠିରେ ଉଲ୍ଲେଖ ରହିଛି । ତେବେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରି ଥିବାବେଳେ ବର୍ତ୍ତମାନ ସାମ୍ବାଦିକଙ୍କ ଟୀକାକରଣ ପାଇଁ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ