ଭୁବନେଶ୍ବର : ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ରାଜ୍ୟସ୍ତରୀୟ ସମାବେଶ । ଚଳିତ ବର୍ଷର ବାର୍ତ୍ତା ରହିଛି “ଆମ ପୃଥିବୀ, ଆମ ସ୍ବାସ୍ଥ୍ୟ”। ଏହା ସହିତ ଜଳ, ବାୟୁ ଓ ଆହାରକୁ ସ୍ବଚ୍ଛ ରଖିବା ପାଇଁ ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ ଜାଗୃତ କରାଯାଇଛି ।
ଚଳିତ ବର୍ଷ ଏହାର ବିଶେଷତ୍ଵ ହେଉଛି ପୃଥବୀର ଜଳବାୟୁ ଓ ପରିବେଶ ପରିଦର୍ଶନ ହେବା ଦ୍ବାରା ପୃଥିବୀର ଉତ୍ତାପ ବୃଦ୍ଧି ହେଉଛି । ବିଭିନ୍ନ ଅଂଚଳରେ ଦୁର୍ଭିକ୍ଷ, ଅସ୍ବାଭାବିକ ବନ୍ୟା, ସମୁଦ୍ର ପତ୍ତନ ବୃଦ୍ଧି ଓ ତାପମାତ୍ରାର ବୃଦ୍ଧି ହେତୁ ମାନବ ସମାଜରେ ଆଶଂକା କରାଯାଉଥିବା ବିଭିନ୍ନ ସ୍ବାସ୍ଥ୍ୟ ସମାସ୍ୟାକୁ ଲୋକ ଲୋଚନକୁ ଆଣି ଏହା ପୂର୍ବକାରାତ୍ମକ ପଦକ୍ଷେପ ନେବା ।
ଯଦି ଏପରି କରା ନ ଯାଏ ହୁଏତ ଦିନ ଅସିବ ଆମ ଏ ପୃଥିବୀ ଆଉ ବାସପୋଯୋଗୀ ରହିବ ନାହିଁ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ଆମ ପୃଥିବୀର 90 ପ୍ରତିଶତରୁ ଅଧିକ ଲୋକ ଜୀବାଶ୍ମ ଇନ୍ଧନ ଯେପରି କି ପେଟ୍ରୋଲ, ଡିଜେଲ୍, କିରୋସିନ ଓ କୋଇଲା ଆଦିରୁ ନିର୍ଗତ ଅସ୍ବାସ୍ଥ୍ୟକର ବାୟୁ ନିଶ୍ବାସରେ ନେଉଛନ୍ତି । ତାପମାତ୍ରାର ତାରତମ୍ୟ ଓ ବତାବରଣର ବିଷମତା ହେତୁ ମଶା ବଂଶ ବୃଦ୍ଧି ପାଇ ମଶା ଦ୍ବାରା ବ୍ୟାପୁଥିବା ରୋଗ ବିଶେଷ କରି ଡେଙ୍ଗୁ, ଚିକୁନଗୁନିଆ, ମ୍ୟାଲେରିଆ ଆଦି ଦ୍ରୁତ ଗତିରେ ବୃଦ୍ଧି ପାଇବ ।
ବିଶ୍ଵ ଜଳବାୟୁ ଯେଭଳି ଭାବରେ ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି । ଏହା ଦ୍ଵାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଆମେ ଅନେକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛୁ। ତେଣୁ ଏବେଠୁ ସାବଧାନ ହୋଇ ଆମେ ଆମ ଜଳ, ବାୟୁ ଓ ଖାଦ୍ୟକୁ ସ୍ଵଚ୍ଛ ରଖିବା ପାଇଁ ପଦକ୍ଷେପ ନେଲେ ଆମ ଭବିଷ୍ୟତ ସୁରକ୍ଷିତ ରହିବ। ଏହି ପଦକ୍ଷେପ ଗୁଡିକ ମଧ୍ୟରେ ପେଟ୍ରୋଲ, ଡିଜେଲ ଓ କୋଇଲା ଆଦି ଇନ୍ଧନ ବ୍ୟବହାର ଯେତେ ସମ୍ଭବ କମ୍ କରି ସ୍ଵଚ୍ଛ ବା ସବୁଜ ସନ୍ଧନ ବ୍ୟବହାର କରିବା, ମାତ୍ରାଧିକ ସାର ଓ କୀଟନାଶକ ବ୍ୟବହାର କମ କରି ଜୈବିକ କୃଷିକୁ ଆପଣଇବା ।
ପରିବେଶର ଯତ୍ନ ନେବା ସହିତ ପ୍ଲାଷ୍ଟିକ ପଲିଥିନ ଆଦି ବ୍ୟବହାର ବନ୍ଦ କରିବା, ବିଦ୍ୟୁତ ଶକ୍ତିର ସଂରକ୍ଷଣ କରି ଏହାର ଅପଚୟକୁ କମ୍ କରିବା, ପାନୀୟ ଜଳକୁ ସଫା ରଖି ଏହାର ସଂରକ୍ଷଣ ଓ ଯଥାଯଥ ବିନିଯୋଗ କରିବା, ବୃକ୍ଷ ରୋପଣ, ସାମାଜିକ ବନୀକରଣ ଓ ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ବ ଦେବା । ସୌର ଶକ୍ତିର ବ୍ୟବହାର କରିବାର ଉପାୟ ବିକଶିତ କରିବା ଆବଶ୍ୟକ। ଏହି ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ଦ୍ବାରା ଏକ ରାଜ୍ୟ ସ୍ତରୀୟ ସମାବେଶ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଭାଗୀୟ ସଚିବ ଆଦି ଯୋଗ ଦେଇଛନ୍ତି। ଏହାସହ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଯୋଗ ଦେଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ