ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଡ୍ୟୁଟିରେ ଥିବା ବେଳେ ମେଡିକାଲର କର୍ମଚାରୀ ତାଙ୍କୁ ଅସଦାଚରଣ କରିଛନ୍ତି । ଏନେଇ ହସ୍ପିଟାଲ ପରିସରରେ ବ୍ୟାପକ ଉତ୍ତେଜନା ଜାରି ରହିଛି ।
ଘଟଣାର ପ୍ରତିବାଦ କରି ହସ୍ପିଟାଲର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେପଟେ ନ୍ୟାୟ ନ ମିଳିଲେ ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ପୀଡିତ ମହିଳା ଚେତାବନୀ ଦେଇଛନ୍ତି । ଉତ୍ତେଜନା ନେଇ ଚନ୍ଦ୍ରଶେଖର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ