ETV Bharat / city

'ହର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ

author img

By

Published : Nov 2, 2021, 2:17 PM IST

ଆଜି ଠାରୁ 'ହର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ । ସମ୍ମୁଖ ଯୋଦ୍ଧା ତଥା ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ନର୍ସଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯିବ । ଅଧିକ ପଢନ୍ତୁ...

ଆଜିଠାରୁ 'ହର୍‌ ଘର୍‌ ଦସ୍ତକ୍‌' ଟୀକାକରଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ଠାରୁ 'ହର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମ। ସମ୍ମୁଖ ଯୋଦ୍ଧା ତଥା ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ, ନର୍ସଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯିବ । କେଉଁମାନେ ପ୍ରଥମ ଓ ଦ୍ବିତୀୟ ଡୋଜ ଟିକା ନେଇ ନାହାନ୍ତି, ତାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯିବ । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଯେ, ରାଜ୍ୟରେ ଟିକା ନେବା ପାଇଁ ଯେତେ ଜଣ ହିତାଧିକାରୀ ରହିଛନ୍ତି, ସେମାନଙ୍କର ଶତପ୍ରତିଶତ ଟୀକାକରଣ ଏମାସରେ ହେବ ଏବଂ ଯେଉଁମାନେ ପ୍ରଥମ ଡୋଜ ବି ନେଇ ନାହାନ୍ତି, ସେମନଙ୍କୁ କିଭଳି ଭାବରେ ଟୀକାକରଣ ପାଇଁ ଚେଷ୍ଟା କରାଯିବ ।

ତେବେ ଡିସେମ୍ବର ସୁଧା ପ୍ରଥମ ଡୋଜ ଟୀକକାରଣର ଶତପ୍ରତିଶତ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏପଟେ ଏହି ମାସ ସାରା ଏହି କାର୍ଯ୍ୟକ୍ରମ ଜାରି ରହିବ। ନଭେମ୍ବର ମାସରେ ପଥମ ଡୋଜ ଟିକା ନେବାକୁ ପ୍ରବର୍ତ୍ତା ଯିବ। ଯାହା ହେଉଛି 'ହର ଘର ଦସ୍ତକ' ଟୀକାକରଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହାକୁ ଦୃଷ୍ଟିରେ ରଖି ଟୀକାକରଣ କେନ୍ଦ୍ରକୁ ମଧ୍ୟ ବୃଦ୍ଧି କରାଯାଇଛି । ଏପରିକି ବିଭିନ୍ନ ଗ୍ରାମାଞ୍ଚଳରେ ନୂତନ ଟୀକାକରଣ କେନ୍ଦ୍ର ଖୋଲାଯାଉଛି ।

ଯେଉଁଠାରେ ବଡ଼ ବଡ଼ ଗାଁ ରହିଛି ଏବଂ ଯେଉଁଠାରେ 100 ରୁ ଉର୍ଦ୍ଧ୍ବ ହିତାଧିକାରୀ ରହିଛନ୍ତି, ସେମାନଙ୍କ ପାଇଁ ଗୋଟିଏ ଟୀକାକାରଣ କେନ୍ଦ୍ର କରାଯିବ। ଯାହା ଦ୍ବାରା ଗ୍ରାମାଞ୍ଚଳର ବ୍ୟକ୍ତିମାନେ ସହଜରେ ଟିକା ନେଇପାରିବେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.