ETV Bharat / city

Happy Teacher's Day: ତାଙ୍କ ଛାଟ ଦେଖାଏ ବାଟ - ଗୁରୁ ଦିବସ ସ୍ପେଶାଲ ଷ୍ଟୋରୀ

ତାଙ୍କ ପାଖରେ ଅଛି ଜ୍ଞାନର ଗନ୍ତାଘର, ତାଙ୍କ ଛାଟରେ ଅଛି ଅନୁଶାସନର ସମସ୍ତ ଗୁଣ । ଶିଷ୍ୟର ଜୟ-ପରାଜୟକୁ ଯିଏ ନିଜର ଜୟ-ପରାଜୟ ମଣନ୍ତି ସେ 'ଗୁରୁ' । ଆଜି ଏହି ନିସ୍ବାର୍ଥପର ବ୍ୟକ୍ତିତ୍ବ ଗୁରୁଙ୍କ ଦିବସ । ଅଧିକ ପଢନ୍ତୁ...

Happy Teacher's Day: ତାଙ୍କ ଛାଟ ଦେଖାଏ ବାଟ

author img

By

Published : Sep 5, 2021, 8:14 AM IST

ହାଇଦ୍ରାବାଦ: ଶାସନ, ଅନୁଶାସନ ଆଉ ଆଚରଣ ବିଧି ଶିଖାନ୍ତି ସେ । ତାଙ୍କ ପାଖରେ ଅଛି ଜ୍ଞାନର ଗନ୍ତାଘର, ତାଙ୍କ ଛାଟରେ ଅଛି ଅନୁଶାସନର ସମସ୍ତ ଗୁଣ । ପିଲାଟିର ଜୟ-ପରାଜୟକୁ ଯିଏ ନିଜର ଜୟ-ପରାଜୟ ମଣନ୍ତି ସେ 'ଗୁରୁ' । ବାସ୍ ତାଙ୍କୁ ଦିଆଯାଇଥିବା ଆଖ୍ୟାର ଶବ୍ଦରେ ହିଁ ସବୁକିଛି ଭରି ରହିଛି । 'ଗୁ'ର ଅର୍ଥ ଅନ୍ଧାର ଆଉ 'ରୁ' ଅର୍ଥ ଆଲୋକ । ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି 'ଗୁରୁ' । ଏପରି ଏକ ମଣିଷଟିଏ ନାହିଁ ଯାହା ଜୀବନରେ ଗୁରୁ ନଥିବେ । ଗୁରୁ ସର୍ବତ୍ର ବିଦ୍ୟମାନ ।

ହଁ ଗୁରୁ ସର୍ବତ୍ର ବିଦ୍ୟମାନ ବୋଲି ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ବରଙ୍କ ସହ ତୁଳନା କରାଯାଇଛି । ସେଥିପାଇଁ ତ କୁହାଯାଇଛି 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର ।' ଭଗବାନ ଜନ୍ମଦେଇ ଜ୍ଞାନ ଆହରଣ ନିମନ୍ତେ ଗୁରୁଙ୍କୁ ମାଧ୍ୟମ ରୂପେ ରଖିଛନ୍ତି । ଯଦି ବାପାଙ୍କ ସାଙ୍ଗରେ ଗୁରୁ ଥିବେ ତେବେ ବାପା କହନ୍ତି ପ୍ରଥମେ ଗୁରୁଙ୍କ ପାଦ ସ୍ପର୍ଶ କର, କାରଣ ସେ ତୋତେ ନଇଁବାର ଜ୍ଞାନ ଶିଖାଇଛନ୍ତି । ମୁଖରେ ସୁବଚନ, ମନରେ ସୁଚିନ୍ତନ ଆଉ ହସ୍ତରେ ସୁକର୍ମର ଶିକ୍ଷା ଦିଅନ୍ତି 'ଗୁରୁ' ।

ବାପା-ମାଆ ପିଲାଟିକୁ ଗୁରୁଙ୍କ ପାଖରେ ଛାଡି କହନ୍ତି, 'ଆଖି ବୁଜି ବାଡେଇବେ । ତା' ପରେ ଯାଇ ସେ ବାଟକୁ ଆସିବ, ମୋ କଥା ମାନୁନି ।' ଆଜ୍ଞା ହଁ ଯେଉଁ ବାପା-ମାଆ ପିଲାଟିର କଷ୍ଟ ଟିକେ ସହିପାରନ୍ତିନି, ସେ କହନ୍ତି ଗୁରୁଙ୍କୁ ଆକଟ କରିବା ପାଇଁ । କାରଣ ସେ ହିଁ ଜାଣିଥାନ୍ତି ଗୁରୁଙ୍କ ଆକଟରେ, ତାଙ୍କ ଛାଟରେ ବାଟ ଅଛି । ସେ ହିଁ ଗୋଟିଏ ଲୋକ ଯିଏ ଜନ୍ମ ନ ଦେଲେ ମଧ୍ୟ ସବୁବେଳେ ଶିଷ୍ୟର ସୁନାମରେ ଆନନ୍ଦିତ ହୁଅନ୍ତି । ବୃତ୍ତି ପରୀକ୍ଷା ଦେବାକୁ ସାଙ୍ଗରେ ନେଇ ଯାଆନ୍ତି । ଆଉ ଗାଁ ଛକରେ ବରିଷ୍ଠ ଲୋକଙ୍କ ସହ ଆଲୋଚନା କରି କହନ୍ତି ଏଥର ମୋ ସ୍କୁଲରୁ ଅମକ ଛୁଆ ବୃତ୍ତି ପାଇଛି, ସମକ ଛୁଆ ଜିଲ୍ଲାରେ ଟପ୍ପର ହୋଇଛି । ଏପରି ବଖାଣିବା ସମୟରେ ଗୁରୁଙ୍କ ମନରେ ଆନ୍ଦୋଳିତ ହେଉଥିବା ସେ ଗୌରବମୟ ଭାବନା ହିଁ ବଖାଣେ ତାଙ୍କ ଉତ୍ସର୍ଗୀକୃତ ଦାନକୁ ।

ଘରେ ବାପା, ମାଆ, ସ୍ତ୍ରୀ, ଛୁଆ, ପିଲା ସଂସାର ଛାଡି ଧାଇଁ ଆସନ୍ତି ପିଲାଙ୍କ ପାଖକୁ । ଆଉ କହନ୍ତି ମୁଁ ଯାଉଛି, ତେଣେ ମୋ ଛୁଆ ମୋତେ ଅପେକ୍ଷା କରିଥିବେ । ତାଙ୍କର ଏ ସେବା ପାଇଁ ଦୁନିଆର ସବୁ ପାରିଶ୍ରମିକ ବୃଥା । ଖାସ୍ ସେଥିପାଇଁ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

ସେବେଠାରୁ ସେପ୍ଟେମ୍ବର ୫ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ୧୮୮୮ ମସିହା ତାମିଲନାଡୁର ତିରୁତନୀ ଠାରେ ଜନ୍ମ ଗ୍ରହଣ କରିଥିଲେ ସର୍ବପଲ୍ଲୀ । ସେ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ । ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ । ତାଙ୍କ ମତରେ, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତେବେ ସେ ନିଜର ଏବଂ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ ।

ତେବେ ଏହି ଗୁରୁ-ଶିଷ୍ୟ ପରମ୍ପରା ଏବେର ନୁହେଁ । କେଉଁ ପୁରାତନ କାଳରୁ ଏହି ପ୍ରଥା ରହିଆସିଛି । ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ ହୋଇଛି । ତେବେ ପବିତ୍ର ଏହି ଗୁରୁ ଦିବସ ପରମ୍ପରାରେ ପୃଥିବୀର ସମସ୍ତ ଗୁରୁଙ୍କୁ ଇଟିଭି ଭାରତ ପକ୍ଷରୁ ଶୁଭେଚ୍ଛା ଓ ଶୁଭକାମନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.