ଭୁବନେଶ୍ବର: ରାଜଧାନୀରେ ପୁଣି ଲଜ୍ଜା । ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ହାବିଲଦାର । ବିଶ୍ବାସରେ ବିଷ ଦେଇ ଏମିତି ଏକ ଜଘନ୍ୟ କାଣ୍ଡ ଭିଆଇଛି ଜଣେ ପିଉସା । ନିଜ ଝିଆରୀକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି କ୍ୟାପିଟାଲ ଥାନାର ହାବିଲଦାର ବିଜୟ ସେଠୀ ।
ପୁରା ଘଟଣାକ୍ରମ ଥିଲା ଏମିତି, ପିଉସୀ ଅର୍ଥାତ ଅଭିଯୁକ୍ତ ବିଜୟ ସେଠୀଙ୍କ ପତ୍ନୀଙ୍କ ଦେହ ଖରାପ ହେତୁ ନିଜର 16 ବର୍ଷର ନାବାଳିକା ଝିଅକୁ ପିଉସା ଘରକୁ ପଠାଇଥିଲେ ନାବାଳିକାର ମାଆ । ସେଠାରେ ରହିବା ସମୟରେ ହିଁ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ପିଉସା । କେବଳ ଦୁଷ୍କର୍ମ ନୁହେଁ ଗର୍ଭବତୀ ପରେ ପାତ ପାଇଁ ଫେବୁଆରୀ 28 ତାରିଖରେ ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗର୍ଭପାତ କରିବାକୁ ଡାକିଥିଲା ଅଭିଯୁକ୍ତ ।
ନାବାଳିକା ନଯିବାରୁ ଧମକ ଚମକ ଦେବା ସହ କାହା ସମ୍ମୁଖରେ ଏକଥା କହିଲେ ଜୀବନରୁ ମାରିଦେବେ ବୋଲି କହିଆସୁଥିଲେ । ତେବେ ଏହି ଘଟଣାକୁ ନେଇ ମାଆ ଆଗରେ ନାବାଳିକା ସମସ୍ତ ଘଟଣା କହିଥିଲା । ଶେଷରେ ଉପାୟ ଶୂନ୍ୟ ହୋଇ ପୀଡିତା ଓ ମାଆ ଆଇନର ଆଶ୍ରୟ ନେଇଛନ୍ତି । ପୀଡିତାର ବୟାନ ରେକର୍ଡ କରିବା ସହ ଡାକ୍ତରୀମାଇନା କରିଛି ପୋଲିସ । ଏପଟେ ହାବିଲଦାରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ