ETV Bharat / city

ଗୁଣ୍ଟୁରରେ ଛାତ୍ର ମୃତ୍ୟୁ ମାମଲା: ୬ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ - guntur prown factory student death

ଆନ୍ଧ୍ର ଗୁଣ୍ଟୁର ଲେଙ୍କିଡ଼ିକାରେ ୬ ଛାତ୍ରଙ୍କ ମୃତ୍ୟୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ୬ ଜଣ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

guntur prown factory student death case congress pressmeet
ଗୁଣ୍ଟୁରରେ ଛାତ୍ର ମୃତ୍ୟୁ ମାମଲା; ୬ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ
author img

By

Published : Aug 24, 2021, 6:41 PM IST

ଭୁବନେଶ୍ବର : ଆନ୍ଧ୍ର ଗୁଣ୍ଟୁର ଲେଙ୍କିଡ଼ିକାରେ ୬ ଛାତ୍ରଙ୍କ ମୃତ୍ୟୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ୬ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ।

ଗୁଣ୍ଟୁରରେ ଛାତ୍ର ମୃତ୍ୟୁ ମାମଲା; ୬ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ

ରାୟଗଡା ଗୁଣପୁର ସବଡିଭିଜନର ୬ ଜଣ ଛାତ୍ରଙ୍କ ମୃତ୍ୟୁର ଅନୁଧ୍ୟାନ ପାଇଁ ଗଠିତ କମିଟି ଅନୁଧ୍ୟାନ କରି ଫେରିଛି। ସେହି ୬ ଜଣ ଛାତ୍ର ମୋବାଇଲ କିଣି ପାଠ ପଢିବାକୁ ସେଠାକୁ ଯାଇଥିଲେ। ମାସକ ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା। ସଟସର୍କିଟ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଆନ୍ଧ୍ର ପୋଲିସ ଜଣାଇଥିଲା । କିନ୍ତୁ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ସଟସର୍କିଟ ଯୋଗୁଁ ମୃତ୍ୟୁ ହୋଇନି। ଯେଉଁଠି ସେମାନଙ୍କର ମୃତ୍ୟୁ ହୋଇଥିଲା ଏହା ଫର୍ଟିଲାଇଜର ଗୋଦାମ।

ତେବେ ପ୍ରଶ୍ନ ସେହି ଛାତ୍ରମାନେ ଏଠାକୁ କିପରି ଆସିଲେ। ପିଲାମାନେ ଅତ୍ୟାଚାରିତ ହୋଇ ଘରକୁ ଫେରିବାକୁ ଚାହୁଁଥିଲେ। ଷ୍ଟେସନରୁ ମାଲିକ ତାଙ୍କୁ ଅତ୍ୟାଚାର କରି ସେଠାରେ ରଖିଥିବା ଅଭିଯୋଗ କରିଛି କଂଗ୍ରେସ । ୬ ଛାତ୍ରଙ୍କ ମଧ୍ୟରୁ ୨ ଜଣ ଆଦିବାସୀ ଆବାସିକ ବିଦ୍ୟାଳୟର ଛାତ୍ର। ସରକାରୀ ନିୟମ ରହିଛି ପିଲାମାନେ ଘରକୁ ଗଲେ ବି କେମିତି ଅଛନ୍ତି, କୁଆଡେ ଗଲେ,ସମ୍ପୂର୍ଣ୍ଣ ତଥ୍ୟ ତଦାରଖ କରିବା କଥା କର୍ତ୍ତୃପକ୍ଷ । କିନ୍ତୁ ଦୁଇ ଛାତ୍ର ମାସେ ଧରି ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା କେମିତି ଜାଣି ପାରିଲେନି। ମୃତ ଦେହ ମିଳିବା ପରେ ଜାଣିବାକୁ ପାଉଛନ୍ତି କର୍ତ୍ତୃପକ୍ଷ। ଦଲାଲ ମାନେ ଏମାନଙ୍କୁ ଶିଶୁ ଶ୍ରମିକ ବନାଇ କାମ କରାଉଥିଲେ ବି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ। ସରକାର ନିରବ ଦ୍ରଷ୍ଟା, ଶ୍ରମ ବିଭାଗ ଚୁପ। କେବଳ କିଛି ଅର୍ଥ ରାଶି ଦେଇ ଚୁପି ବସିଛନ୍ତି ସରକାର।

ଛାତ୍ରମାନଙ୍କୁ ସେଠାକୁ ନେବାରେ ଏକ ରାକେଟ କାମ କରୁଛି। କେଉଁ ପରିସ୍ଥିତିରେ ଏହି ଛାତ୍ରଙ୍କର ମୃତ୍ୟୁ ହୋଇଛି ତଦନ୍ତ କରି ସାମ୍ନାକୁ ଆଣନ୍ତୁ। ନଚେତ ୭ ଦିନ ମଧ୍ୟରେ ଆନ୍ଦୋଳନ କରିବ। ଏହାସହ ଛାତ୍ରଙ୍କ ଅନଲାଇନ କ୍ଲାସ ପାଇଁ ସରକାର ମୋବାଇଲ ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.