ETV Bharat / city

ଗୁମୁଡୁମାହା ଗୁଳିକାଣ୍ଡ ଘଟଣା: ମାନବାଧିକାର କମିଶନଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ପରିବାର

ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଓଡିଶା ମାନବାଧିକାର କମିଶନଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ପରିବାର । ଉକ୍ତ ପରିବାରକୁ କ୍ଷତିପୂରଣ ଦେବା ସହ ଅନ୍ୟାନ୍ୟ ସହାୟତା ଯୋଗାଇବା ନେଇ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

author img

By

Published : Oct 21, 2019, 3:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ମାନବାଧିକାର କମିଶନଙ୍କୁ ଭେଟିଲେ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତ ପରିବାର । ଘଟଣାରେ ସରକାର କେବଳ ଅନୁକମ୍ପାମୂଳକ ସହାୟତା ଦେଇଥିବା ଅଭିଯୋଗ ହୋଇଛି । ଏଯାବତ୍ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ । ବରଂ କମିଶନ କ୍ଷତିଗ୍ରସ୍ତଙ୍କୁ ଅଧିକ 2 ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ତାହାକୁ ପାଳନ କରାଯାଇନାହିଁ । ଏହି କ୍ରମରେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବା ସହ ଅନ୍ୟାନ୍ୟ ସହାୟତା ଯୋଗାଇବା ନେଇ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୁଳିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରଙ୍କ ଅଭିଯୋଗ ଅନୁଯାୟୀ, ମୃତକଙ୍କ ପରିବାରକୁ 50 ହଜାର ଏବଂ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ । ସୂଚନାନୁସାରେ, ରାଜ୍ୟ ସରକାର ଉକ୍ତ ଘଟଣାର ତଦନ୍ତ ପାଇଁ କନ୍ଧମାଳ ଜିଲ୍ଲା ଜଜଙ୍କୁ ତଦନ୍ତ କମିଶନ ପାଇଁ ନିଯୁକ୍ତି ଦେଇଥିଲେ । ନିର୍ଦ୍ଦେଶକୁ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବାବେଳେ ସରକାର ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ରାଜ୍ୟ ମାନବାଧିକାର କମିଶନଙ୍କ ଚିଠି ସଂଖ୍ୟା 14354/ଓଏଚଆରସି ଅନୁସାରେ ଯେଉଁ ଆଦେଶ ଦିଆଯାଇଥିଲା ତାହା ରାଜ୍ୟ ସରକାର ପାଳନ କରିନଥିବା ଅଭିଯୋଗ ହୋଇଛି ।

ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିହୁଡା ଥାନା ଅଧୀନରେ ଥିବା ଗୁମୁଡୁମାହାରେ 8 ଜୁଲାଇ 2016 ମଧ୍ୟରାତ୍ରିରେ ଏସଓଜି ଦଳ କୁମ୍ଭିଂ ଅପରେସନ କରୁଥିଲେ । ଗୁମୁଡ଼ାମାହା ଗ୍ରାମର କିଛି ଲୋକଙ୍କ ସହ ଏକ ଦେଢ଼ ବର୍ଷର ଶିଶୁ ଏକ ଅଟୋରେ ଜଙ୍ଗଲ ମଧ୍ୟ ଦେଇ ଗ୍ରାମକୁ ଯାଉଥିଲେ । ହଠାତ ଜଙ୍ଗଲ ଭିତରେ ଏସଓଜି ଦଳ ଏହି ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଏହି ଗୁଳି ବିନିମୟରେ 5 ଜଣ ନୀରିହ ଲୋକ ପ୍ରାଣ ହରାଇଥିବାବେଳେ 7 ଜଣ ଆହତ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଗୁମୁଡ଼ାମାହା ଗୁଳିକାଣ୍ଡ ଘଟଣା, ବିଭିନ୍ନ ଦାବିକୁ ନେଇ ଓଏଚଆରସି ଙ୍କ ଦ୍ୱାରାସ୍ତ ହେଲେ କ୍ଷତିଗ୍ରସ୍ତ ପରିବାର।

ରାଜ୍ୟ ମାନବ ଅଧିକାର କମିଶନଙ୍କୁ ଭେଟିଲେ ଗୁମୁଡୁମାହା ଗୁଳିକାଣ୍ଡ କ୍ଷତିଗ୍ରସ୍ତ।ସରକାର କେବଳ ଅନୁକମ୍ପା ମୂଳକ ସହାୟତା ଦେଇଥିବା ଅଭିଯୋଗ। ପ୍ରଭାବିତାଙ୍କୁ ଥଇଥାନ ଲାଗି ସରକାର କିଛି କରିନାହାନ୍ତି। କମିଶନ ଦେଇଥିବା ନିର୍ଦେଶକକୁ ପାଳନ କରାଯାଇନାହିଁ। କମିଦାନ ଅଧିକ ୨ ଲକ୍ଷ ଟଙ୍କା ଅଧିକ ଦେବା ପାଇଁ ନିର୍ଦେଶ ଦେଇଥିଲେ।

Body:

ଗୁମୁଡୁମାହାରେ ନିରୀହ ଲୋକଙ୍କୁ ଏସ ଓ ଜି ପୋଲିସ ଦଳ ଗୁଳିକରି ହତ୍ୟା କରିବା ସହ ସେମାନକଙ୍କୁ ଅଧିକ କ୍ଷତିପୂରଣ ଦେବା ଓ ଅନାନ୍ୟ ସୁବିଧା ଯୋଗାଇଦେବା ଲାଗି ମନାବାଧିକାର କମିଶନରଙ୍କ ନିକଟରେ ହାଜର ହୋଇଛନ୍ତି। ତେବେ ଯେତିକି ସହାୟତା ରାଶି ମିଳିବା ଆବଶ୍ୟକ ସେତିକି ମିଳିପାରିନାହିଁ। ତେବେ ଗୁମୁଡୁମାହା ଗୁଳିକାଣ୍ଡ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କ ଅଭିଯୋଗ ଯେ ମୃତକ ପରିବାରଙ୍କୁ ପଚାଶ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଧାନ କରିବା। କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ପରିବାରଙ୍କୁ ପଚିଶ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା।

ରାଜ୍ୟ ସରକାର ଉକ୍ତ ଘଟଣାର ତଦନ୍ତ ପାଇଁ କନ୍ଧମାଳ ଜିଲ୍ଲା ଜଜ ଙ୍କୁ ତଦନ୍ତ କମିଶନ ନିଯୁକ୍ତି ଦେଇଥିଲେ। ହେଲେ ଏକ ବର୍ଷ ରୁ ଉର୍ଧ ହେଲାଣି ସରକାର ଏହି ରିପୋର୍ଟ କୁ ସାର୍ବଜନୀନ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ମାନବାଧିକାର କମିଶନଙ୍କ ଚିଠି ସଂଖ୍ୟା ୧୪୩୫୪/ଓଏଚ ଆରସି ଅନୁସାରେ ଯେଉଇଁ ଆଦେଶ ଦିଆଯାଇଥିଲା ତାହା ରାଜ୍ୟ ସରକାର ପାଳନ କରିନଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ବାଲିହୁଡା ଥାନା ଅଧୀନରେ ଥିବା ଗୁମୁଦୁମାହା ରେ ଜୁଲାଇ ୦୮ ତାରିଖ ୨୦୧୬ ମସିହାରେ ମଧ୍ୟରାତ୍ରୀ ରେ ଏସ ଓ ଜି ଦଳ କମ୍ପି ଅପରେସନ କରୁଥିଲେ। ଗୁମୁଡ଼ାମାହା ଗ୍ରାମର କିଛି ଲୋକ ସହ ଏକ ଦେଢ଼ ବର୍ଷର ଛୁଆ ଏକ ଅଟୋ ସାହାଯ୍ୟରେ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲେ ଗ୍ରାମକୁ। ହଠାତ ଜଙ୍ଗଲ ଭିତରେ ଏସ ଓ ଜି ଦଳ ଏହି ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ଏମାନଙ୍କ ଗୁଳିରେ 5 ଜଣ ଲୋକ ମୃତ୍ୟୁ ବରଣ କରିଥିଲେ ଓ 7 ଜଣ ଆହତ ହୋଇଥିଲେ । ଏମାଙ୍କୁ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ ରହିଥିଲା।

Byte- ଦୁଲାର ଦିଗାଲ, କନ୍ଧମାଳ।
Byte- ରୀନା ମାଳିକ, କନ୍ଧମାଳ।
Byte- ଵିଷ୍ଣୁପ୍ରିୟ କାନୁନଗୋ, ମନାବାଧିକାର କର୍ମକର୍ତ୍ତା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.