ETV Bharat / city

ବସ ଚଳାଚଳ ନେଇ ଜାରି ହେବ ଗାଇଡଲାଇନ: ପରିବହନ ମନ୍ତ୍ରୀ - ବସ ଚଳାଚଳ ନେଇ ଜାରୀ ହେବ ଗାଇଡଲାଇନ

ଏହି ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ବ ଦେଉଛନ୍ତି । ବୁଧବାର କ୍ୟାଟେଗୋରୀ ‘A’ରେ ଥିବା ୨୦ଟି ଜିଲ୍ଲାଗୁଡ଼ିକରେ ବସ ଚଳାଚଳ ନେଇ ଅନୁମତି ଦେଇଛନ୍ତି ସରକାର । ତେବେ ବସ ଚଳାଚଳ ନେଇ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବସ ଚଳାଚଳ ନେଇ ଜାରୀ ହେବ ଗାଇଡଲାଇନ
ବସ ଚଳାଚଳ ନେଇ ଜାରୀ ହେବ ଗାଇଡଲାଇନ
author img

By

Published : Jul 1, 2021, 6:54 PM IST

ଭୁବନେଶ୍ବର: କୋରୋନା ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଅନଲକ କରାଯାଇଛି । ଏହି ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ବ ଦେଉଛନ୍ତି । ବୁଧବାର କ୍ୟାଟେଗୋରୀ ‘A’ରେ ଥିବା ୨୦ଟି ଜିଲ୍ଲାଗୁଡ଼ିକରେ ବସ ଚଳାଚଳ ନେଇ ଅନୁମତି ଦେଇଛନ୍ତି ସରକାର । ତେବେ ବସ ଚଳାଚଳ ନେଇ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ ମାଲିକ ସଂଘକୁ ଗାଇଡଲାଇନ ଦିଆଯିବ । ବସରେ ସିଟିଂ କାପାସିଟିରେ ଲୋକେ ବସିବେ । ବସରେ ଯାତ୍ରା ବେଳେ ମାସ୍କ ବାଧ୍ୟତାମୂଳକ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବସକୁ ସବୁଦିନ ଦୁଇଥର ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରାଯିବ । ବସ ଯାତ୍ରୀଙ୍କ ଯାତ୍ରା ପୂର୍ବରୁ ଓ ପରେ ସାନିଟାଇଜ କରାଯିବ ।

କାଟାଗୋରୀ 'B' ଜିଲ୍ଲାରେ ବସ ଚଳାଚଳ କରିବ ନାହିଁ । କାଟାଗୋରୀ- A ରେ ଥିବା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲ୍ଲାରେ ବସ ଚଳାଚଳ କରିବ । କାଟାଗୋରୀ- Bରେ ଥିବା ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ ବସ ଚଳାଚଳ କରିବ ନାହିଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.