ETV Bharat / city

ସ୍କୁଲ ପାଇଁ SOP: ପିଲାଙ୍କ ସହ ଆଲୋଚନା ହୋଇ ପାଠପଢା, ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ

ରାଜ୍ୟରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି SOP । ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ପିଲାଙ୍କ ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବେ । ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଅଧିକ ପଢନ୍ତୁ...

author img

By

Published : Oct 19, 2021, 8:27 AM IST

ସ୍କୁଲ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା
ସ୍କୁଲ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ବର: ଆସନ୍ତା ୨୧ରେ ରାଜ୍ୟରେ ଏକାଦଶ ଏବଂ ୨୫ରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢା ହେବ । ତେବେ ଦୀର୍ଘ ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ କିପରି ପିଲାଙ୍କୁ ପାଠ ପଢାଯିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା ।

ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ୍ ୨୪ ତାରିଖ ଭିତରେ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ବସିବ । ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯିବ । ସ୍କୁଲ ଖୋଲା ଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବେ ପ୍ରଧାନ ଶିକ୍ଷକ । ପ୍ରଥମ ଦିନରେ ପାଠ ପଢା ହେବନାହିଁ । କେବଳ ପିଲାଙ୍କ ସହ ଆଲୋଚନା ହେବ । ଶିକ୍ଷକ ଓ ପରିଚାଳନା କମିଟି ଆଲୋଚନା କରିବେ । 27, 28 ଓ 29 ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ । ମଧ୍ୟାହ୍ନ ଭୋଜନ ବଦଳରେ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। 18 ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ପିଲାମାନଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବେ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବେ । ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ୨୫ ଓ ୨୬ ତାରିଖରେ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗୀତା, ସଂଗୀତ ଗାନ, ଚିତ୍ରାଙ୍କନ, ମାଟିକାମ, କୋଭିଡ଼ ସମୟରେ ସମୟ କିପରି ବିତାଇଲ ତା' ଉପରେ ଆଲୋଚନା କରାଯିବ । ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନେ ପ୍ରଚେଷ୍ଟା କରିବେ। ଛାତ୍ରଛାତ୍ରୀମାନଙ୍କ ମନରେ ବିଦ୍ୟାଳୟ ଓ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।

ଗତ ୧୮ ମାସ ଧରି ଛାତ୍ରଛାତ୍ରୀ ପାଠପଢ଼ା ଠାରୁ ଦୂରେଇ ରହିଥିବାରୁ ସେମାନଙ୍କର ଶିକ୍ଷଣସ୍ତର ବହୁତ କମିଯାଇଥିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାମାନେ ୭ମ ଶ୍ରେଣୀରେ କିଛି ପଢ଼ିନାହାନ୍ତି । ସେହିପରି ଷଷ୍ଠ ଶ୍ରେଣୀର ପାଠ ଉପରେ ସେମାନଙ୍କର କିଛି ଧାରଣା ରହିଥାଇପାରେ । ଏହାକୁ ଦୃଷ୍ଟିରେ ରଖ୍ ସବୁ ପିଲାଙ୍କ ଶିକ୍ଷଣ ସ୍ତରର ଏକ ଆକଳନ କରାଯିବ । ୨୭ ତାରିଖରେ ଓଡ଼ିଆ, ୨୮ ତାରିଖରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏହି ଆକଳନରେ ଅଂଶଗ୍ରହଣ କରିବେ । ଏହାର ସମୟ ସୀମା ମାତ୍ର ୧ ଘଣ୍ଟା ରହିବ । ପ୍ରଶ୍ନପତ୍ର ଓସେପା ଓ ଏସ୍.ସି.ଇ.ଆର.ଟି ତରଫରୁ ଯୋଗାଇ ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବେ ପ୍ରଧାନଶିକ୍ଷକ / ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ଏହି ଆକଳନ କରାଇବେ । ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ । ପରେ ଏହାର ବିଶ୍ଳେଷଣ ଓ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଆକଳନ ସରିବା ପରେ ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାରାତ୍ମକ ଶିକ୍ଷା (Remedia Teaching) ପ୍ରଧାନଶିକ୍ଷକଙ୍କ ଦ୍ଵାରା କରାଯିବା । ଅଷ୍ଟମ ଶ୍ରେଣୀ ପାଇଁ ଉତ୍‌ଥାନ ପୁସ୍ତିକା ଓଡ଼ିଆ, ଗଣିତ ଓ ଇଂରାଜୀରେ ଦିଆଯାଇଛି ।

ଶିକ୍ଷକମାନେ ପ୍ରତ୍ୟେକ ଦିନ ଯେଉଁ ବିଷୟ ପଢ଼ାଇବେ, ତାର ଲେସନ୍ ନୋଟ୍ ତିଆରି କରି ଶ୍ରେଣୀକୁ ଯିବେ । ତଦନୁଯାୟୀ ପାଠ ପଢ଼ାଇବେ ଓ ପିଲାମାନଙ୍କର ଦକ୍ଷତା ମାପିବେ । ଏହାସହ ପ୍ରଧାନ ଶିକ୍ଷକମାନେ ନିଶ୍ଚିତ ଭାବରେ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ । ଅନ୍ୟ ଶିକ୍ଷକମାନଙ୍କର ପାଠପଢ଼ାକୁ ଶ୍ରେଣୀର ପଛ ବେଞ୍ଚରେ ବସି ପ୍ରଧାନ ଶିକ୍ଷକ ନିରୀକ୍ଷଣ କରିବେ । ତଦନୁଯାୟୀ ସେ ଶିକ୍ଷକଙ୍କୁ ଉଚିତ୍ ମାର୍ଗଦର୍ଶନ ଦେଇପାରିବେ । ପ୍ରତ୍ୟେକ ଦିନ ବିଦ୍ୟାଳୟର ପାଠପଢ଼ା ସମାପ୍ତି ପରେ ପ୍ରଧାନ ଶିକ୍ଷକ ୩୦ ମିନିଟ୍‌ର ଏକ ବୈଠକ ଶିକ୍ଷକମାନଙ୍କ ସହ କରିବେ । ଏହି ବୈଠକରେ ପରଦିନ ପାଇଁ ମଧ୍ୟ ପାଠପଢ଼ାର ଯୋଜନା ତିଆରି କରିବେ । ପ୍ରତ୍ୟେକ ସପ୍ତାହରେ ଥରେ ଓ ମାସର ଶେଷଦିନ ବିଦ୍ୟାଳୟର ପାଠଦାନ ଉପରେ ପ୍ରଧାନ ଶିକ୍ଷକମାନେ ବୈଠକ କରି ପାଠପଢ଼ା ଅଗ୍ରଗତିର ସମୀକ୍ଷା ମଧ୍ୟ କରିବେ ।CRCC, ABEO, BEO, ADEO, DEO / DPC ମାନେ ବିଦ୍ୟାଳୟକୁ ନିୟମିତ ତଦାରଖ କରିବେ। OSEPA ତରଫରୁ School Monitoring App କୁ କାର୍ଯ୍ୟକ୍ଷମ କରାଇ ତଦାରଖ ବ୍ୟବସ୍ଥାକୁ ଆହୁରି ସୁନିୟନ୍ତ୍ରିତ କରାଯାଉଛି ।

ଯଦି କୌଣସି ଶିକ୍ଷକ ବା ଛାତ୍ରଛାତ୍ରୀ ଥଣ୍ଡା ବା କଫ ଜନିତ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଯେଉଁ ସ୍ଥାନରେ କୋରୋନା ସଂକ୍ରମଣ ଅଧିକ ରହିଥିବା ସେହି ସ୍ଥାନଗୁଡିକରେ ଥିବା ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପରି ଜିଲ୍ଲାପାଳମାନେ ନେଇପାରିବେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବଦଳରେ ଶୁଖୁଲା ଖାଦ୍ୟ ପିଲାମାନଙ୍କୁ ଯୋଗଇ ଦିଆଯିବ । ସବୁ ପ୍ରଧାନ ଶିକ୍ଷକମାନେ ଏହି ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.