ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୋ ସରକାର । ଉତ୍ତମ ସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରଥମ ଭାଗରେ ପୋଲିସ ଥାନା ଓ ସରକାରୀ ହସ୍ପିଟାଲରେ ଏହା କାର୍ଯ୍ୟକାରୀ ହୋଇଛି ।
![pic](https://etvbharatimages.akamaized.net/etvbharat/prod-images/4641812_2naveen.png)
ବାବୁ ମାନେ କିପରି ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବେ ଆଉ ସେବା ଯୋଗାଇ ଦେବେ ସେନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
![pic](https://etvbharatimages.akamaized.net/etvbharat/prod-images/4641812_1naveen.png)
ତେବେ ବାସ୍ତବରେ ଏହି ଯୋଜନା କ'ଣ ଆଉ କାହା ପାଇଁ, କେଉଁମାନେ କିପରି ଏଥିରୁ ଫାଇଦା ଉଠାଇବେ ତାକୁ ନେଇ ଅନେକ ଦ୍ଵନ୍ଦରେ ରହିଛନ୍ତି । ଏଥିରେ ସ୍ପଷ୍ଟତା ଆଣିବାକୁ ସରକାର କିଛି ପ୍ରଶ୍ନ ଓ ତାର ଉତ୍ତର ଯାହାକି ସାଧାରଣରେ ଆସିଥାଏ ସେସବୁକୁ ନେଇ ଏକ ଗାଇଡ଼ଲାଇନ ଜାରି କରିଛନ୍ତି ।
![pic](https://etvbharatimages.akamaized.net/etvbharat/prod-images/4641812_3naveen.png)
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ