ETV Bharat / city

ଗାଁ ଗହଳିକୁ ଯିବ ଅଭିଭାବକ ମହାସଂଘ, ଲୋକଙ୍କୁ କରିବ ଶିକ୍ଷିତ

author img

By

Published : Oct 9, 2022, 1:25 PM IST

Updated : Oct 9, 2022, 2:56 PM IST

ଗାଁ ଗହଳିକୁ ଯିବ ଅଭିଭାବକ ମହାସଂଘ, ଲୋକଙ୍କୁ କରିବେ ଶିକ୍ଷିତ । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ କରାଯିବ । ଅଧିକ ପଢ଼ନ୍ତୁ

ଗାଁ ଗହଳିକୁ ଯିବ ଅଭିଭାବକ ମହାସଂଘ, ଲୋକଙ୍କୁ କରିବେ ଶିକ୍ଷିତ

ଭୁବନେଶ୍ବର: ଗାଁ ଗହଳିକୁ ଯିବ ଅଭିଭାବକ ମହାସଂଘ, ଲୋକଙ୍କୁ କରିବେ ଶିକ୍ଷିତ । ପ୍ରଥମେ ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ କରାଯିବ । 8 ମାସ ପରେ ଏହି ପ୍ରୟାସ ସାରା ଓଡ଼ିଶାରେ କରାଯିବ । ଏଭଳି କହିଛନ୍ତି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ । କୋରୋନା ସମୟରେ ରାଜ୍ୟରେ ଅନେକ ସ୍କୁଲରେ ହଜାର ହଜାର ପିଲାମାନେ ଡ୍ରପ ଆଉଟ୍ ହୋଇଛନ୍ତି । ତେବେ ଏହି ପିଲାଙ୍କୁ ପୁଣିଥରେ ସ୍କୁଲମୁହାଁ କରିବାକୁ ସରକାର ଅନେକ ସମୟରେ ନିଷ୍ପତ୍ତି ନେଇଛନ୍ତି । ହେଲେ କାର୍ଯ୍ୟକାରୀ ହୋଇନାହିଁ । ଏହାକୁ ଚ୍ୟାଲେଞ୍ଜ କରି ଅଭିଭାବକ ମହାସଂଘ ପ୍ରଥମ କରି ଖୋର୍ଦ୍ଧା ଜିଲ୍ଲାରୁ ଆରମ୍ଭ କରୁଛି । ଗାଁ ଗହଳିରେ ଯେଉଁମାନେ ଅଶିକ୍ଷିତ ଥିବେ ବା ସେମାନେ ଟିପ ଚିହ୍ନଟରେ ବିଭିନ୍ନ କାମ କରୁଥିବେ ସେମାନଙ୍କୁ ଏ ବାବଦରେ ଅବଗତ କରାଯିବ ।

ଗାଁ ଗହଳିକୁ ଯିବ ଅଭିଭାବକ ମହାସଂଘ, ଲୋକଙ୍କୁ କରିବ ଶିକ୍ଷିତ

ଏହାସହ ସେମାନଙ୍କୁ ଶିକ୍ଷିତ କରାଯିବା ପାଇଁ ପ୍ରୟାସ କରାଯିବ । ଏ ସମ୍ପର୍କରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ''ଓଡ଼ିଶାର ସରକାରୀ ଭାବରେ ସ୍ବାକ୍ଷରତା ହାର ପାଖାପାଖି 80 ପ୍ରତିଶତ । ମହିଳାଙ୍କ କଥା ଦେଖିଲେ ଗ୍ରାମାଞ୍ଚଳରେ 60 ପ୍ରତିଶତ । ତଥାପି ରାଜ୍ୟର ଶିକ୍ଷା ବିଭାଗ ପିଲାଙ୍କୁ ଶିକ୍ଷା ଦେବାରେ ଫେଲ୍ ମାରିଛି । ଅନେକ ସ୍ଥାନରେ ଲୋକମାନେ ଟିପ ଚିହ୍ନଟ ଦେଇ ସରକାରୀ କାମ କରୁଛନ୍ତି । ଯାହାଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାରଙ୍କୁ ଚେତାଇ ଦେବାକୁ ଚାହୁଁଛୁ ଯେ ଖୋର୍ଦ୍ଧା ଜିଲ୍ଲାକୁ ଶହେ ପ୍ରତିଶତ ସ୍ବାକ୍ଷରତା କରିବା ପାଇଁ ପ୍ରୟାସ କରିବୁ ।’’

ଅଧ୍ୟକ୍ଷ ବାସୁଦେବ ଆହୁରି ମଧ୍ୟ କହିଛନ୍ତି, ''ଯେଉଁ ପିଲାମାନଙ୍କର ପାଠ ପଢିବା ପାଇଁ ଯୋଗ୍ୟତା ରହିଛି ସେମାନଙ୍କୁ 100 ପ୍ରତିଶତ ପାଠ ପଢାଇବାକୁ ପ୍ରୟାସ କରାଯିବ । ଯେଉଁ ପିଲାମାନେ ଡ୍ରପ ଆଉଟ ହୋଇଛନ୍ତି ସେମାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ।

ଏହାମଧ୍ୟ ପଢ଼ନ୍ତୁ...ବସ୍ତି ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ, ଆଶାର କିରଣ ସାଜିଛି ଅଭିକ୍ଷା ଟ୍ରଷ୍ଟ

ଯେଉଁମାନେ ଆଙ୍ଗୁଳି ଟିପ ଚିହ୍ନଟ ଦେଉଛନ୍ତି ସେମାନଙ୍କୁ ଦସ୍ତଖତ ଶିଖାଯିବା ସହ ଆପ୍ଲିକେସନ ପଢିବା ଶିଖାଯିବ । ଏହି ସମସ୍ତଙ୍କୁ ପାଠ ପଢ଼ାଇବା ପାଇଁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ଏବଂ ସମାଜସେବୀ ସହ ଜିଲ୍ଲାପରିଷଦ ଆଦି ଲୋକଙ୍କୁ ସାମିଲ କରାଯିବ । ତେବେ ଖୋର୍ଦ୍ଧା ଜିଲ୍ଲାକୁ 8 ମାସ ଧରି ଏଭଳି କାର୍ଯ୍ୟକ୍ରମ କରାଯିବ'' । ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 9, 2022, 2:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.