ETV Bharat / city

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରସଙ୍ଗ, ଆଡମିଶନ ବେଳେ କଡାକଡି ଯାଞ୍ଚ ପାଇଁ ଦାବି

author img

By

Published : Apr 8, 2022, 1:06 PM IST

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରସଙ୍ଗ । ଆଡମିଶନ ସମୟରେ ଶିକ୍ଷାନୁଷ୍ଠାନରେ କଡ଼ାକଡ଼ି ଯାଞ୍ଚ ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଭାବକ ମହାସଂଘର ଦୃଢ କାର୍ଯାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରସଙ୍ଗ, ଆଡମିଶନ ବେଳେ କଡାକଡି ଯାଞ୍ଚ ପାଇଁ ଦାବି
ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରସଙ୍ଗ, ଆଡମିଶନ ବେଳେ କଡାକଡି ଯାଞ୍ଚ ପାଇଁ ଦାବି

ଭୁବନେଶ୍ବର: ଧୀରେ ଧୀରେ ଖୋଲୁଛି ଜାଲ୍ ସାର୍ଟିଫିକେଟ୍ ପେଡି । ଏନେଇ ଜୋରଦାର ଚାଲିଛି ତଦନ୍ତ ପକ୍ରିୟା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଅଭିଭାବକ ମହାସଂଘ । ଆଡମିଶନ ସମୟରେ କଡାକଡି ଯାଞ୍ଚ ହେବା ଆବଶ୍ୟକ ସହ ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।

ଜାଲ୍ ସାର୍ଟିଫିକେଟରେ ନାମଲେଖା ପ୍ରସଙ୍ଗରେ ରାଜ୍ୟରେ ଥିବା ଅନେକ କଲେଜ ଗୁଡିକରେ ଏଭଳି ସ୍ଥିତି ରହିଥିବା କହିଛନ୍ତି ଅଭିଭାବକ ମହାସଂଘ । ଭଦ୍ରକ ଓ ଭୁବନେଶ୍ବରର ବିଜେବି କଲେଜ ଭଳି ଅନେକ କଲେଜ ଗୁଡିକରେ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ କରାଯାଉ। ସେପଟେ ବିଜେବି କଲେଜରେ ତଥ୍ୟ ମୁତାବକ ଗତ 3ଟି ଶିକ୍ଷା ବର୍ଷ ଭିତରେ ନାମଲେଖା ପାଇଁ 102 ଜଣ ଛାତ୍ରଛାତ୍ରୀ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇଛନ୍ତି । ଯେଉଁମାନେ ରାଜ୍ୟରେ 23ଟି ଜିଲ୍ଲା CDMOଙ୍କ କାର୍ଯ୍ୟାଳୟରୁ ସାର୍ଟିଫିକେଟ ଆଣିଛନ୍ତି ।

ଏହି 23 ଜିଲ୍ଲା ମଧ୍ୟରୁ 15ଟି CDMOଙ୍କ ପକ୍ଷରୁ ରିପୋର୍ଟ ମିଳିଥିବା ବେଳେ ସେଥିରେ 8ଜଣ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଥିଲା । ବାକି 8 ଜଣଙ୍କ CDMO ଙ୍କୁ ପୁଣି ଥରେ କଲେଜ ପକ୍ଷରୁ ଯାଞ୍ଚ ରିପୋର୍ଟ ଦିଆଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି । ତେବେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସଂରକ୍ଷିତ ସିଟ୍ ଓ ମାଗଣା ନାମ ଲେଖାର ସୁବିଧା ସହ ହଷ୍ଟେଲ ନାମଲେଖାରେ ମଧ୍ୟ ଅଗ୍ରାଧିକାର ରହିଛି । ଯାହାକୁ ଆପଣେଇବା ପାଇଁ ଏପରି ଭାବେ ଫେକ୍ ସାର୍ଟିଫିକେଟ ଦେଉଥିବା ଜଣାପଡିଛି ।

ତେବେ ଆଗକୁ ଏ ଦିଗରେ କି ପ୍ରକାର ଠୋସ୍ ପଦକ୍ଷେପ ନିଆଯାଉଛି ନା କେବଳ ଘଟଣା ସାମ୍ନାକୁ ଆସିଲେ ଚିରାଚରିତ ଦାୟିତ୍ବ ତୁଲାଇ ଖସିଯାଉଛି, ତାହା ଆଗାମୀ ଦିନରେ ଜଣାପଡିବ। ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟରେ ଅନେକ କଲେଜରେ ଏଭଳି ଫେକ ସାର୍ଟିଫିକେଟ ଦେଇ ଆଡମିଶନ କରି ପାଠ ପଢୁଛନ୍ତି । ତେବେ ଏଥିପାଇଁ ଯୋଗ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ସିଟ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଆଡମିଶନ ସମୟରେ ସଠିକ ଭାବରେ ଯାଞ୍ଚ ହେବା ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.